Pratidin TV

Odisha's Digital News Platform

ଏସବିଆଇରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ବାହାରିଛି ନିଯୁକ୍ତି..

ନୂଆଦିଲ୍ଲୀ: ଚାକିରୀ କରିବାକୁ ଚାହିଁ ବସିଥିବା ପ୍ରାର୍ଥୀଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଣିଲା ବଡ ଅଫର । ଏସବିଆଇ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ । ଆବେଦନ ପ୍ରକ୍ରିୟା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ୍ ୱେବସାଇଟ୍ ଗ୍ଦଭସ.ମକ୍ଟ.ସଦ୍ଭ କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ । ୨୨ ନଭେମ୍ବର ୨୦୨୩ ଆରମ୍ଭ ହେବ ଅନ୍‌ଲାଇନ୍ ଆବେଦନ । ୧୨ ଡିସେମ୍ବର ୨୦୨୩ ଆବେଦନର ଶେଷ ତାରିଖ ରହିଛି । ତେବେ ସାଧାରଣ ବର୍ଗଙ୍କ ପାଇଁ ୨୧୫୭ଟି ପୋଷ୍ଟ ଖାଲି ରହିଛି । ଓବିସିଙ୍କ ପାଇଁ ୧୪୨୧ଟି, ଆର୍ôଥକ ଦୃଷ୍ଟିରୁ ଦୁର୍ବଳରେ ୫୨୭ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୭୮୭ଟି ପଦବୀ ଖାଲି ରହିଥିବା ବେଳେ ଅନୁସୂଚିତ ଜନଜାତି (ଏସଟି)ରେ ୩୮୮ଟି ପୋଷ୍ଟ ଖାଲି ରହିଛି । ଏଥିସହ ମୋଟ ୫୨୮୦ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁମାନେ ଏଥିରେ ପକାଇବାକୁ ଚାହୁଁଛନ୍ତି ତାପୂର୍ବରୁ ଜାଣନ୍ତୁ ଏହାର ଶିକ୍ଷାଗତ ଯୋଗ୍ୟତା କଣ ରହିଛି? ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପ୍ରାର୍ଥୀଙ୍କ ଆଞ୍ଚଳିକ ଭାଷାରେ ଜ୍ଞାନ ରହିବା ଉଚିତ । ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୦ ବର୍ଷ ରହିଛି ।

Leave a Reply

Your email address will not be published. Required fields are marked *