Pratidin TV

Odisha's Digital News Platform

ଗାଁରେ ବୁଲୁଛି ବଣୁଆ ଦନ୍ତା …..

କେନ୍ଦୁଝର ; କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଗାଁ ଗୁଡକରେ ବୁଲି ଫସଲ ନଷ୍ଟ କରୁଛି ଦନ୍ତା ହାତୀ । ତା ସହ ଗାଁ ଗୁଡିକରେ ଖେଳାଇଦେଇଛି ଭୟର ବାତାବରଣ ଫଳରେ ଘରୁ ବାହାରକୁ ଗୋଡ କାଢିବାକୁ ଡରୁଛନ୍ତି ଲୋକେ ।

ତାମ୍ପଳା , ଅଁରା , ଶରଳା ଗ୍ରାମରେ ସୂଚନା ଅନୁଯାୟୀ ତାମ୍ପଳା , ଅଁରା , ଶରଳା ଗ୍ରାମରେ ଏକ ବଣୁଆ ଦନ୍ତା ଦୀର୍ଘଦୀନ ହେବ ଆତଙ୍କ ଖେଳଇଛି । ଆଜି ସକାଳୁ ଏହି ହାତୀଟିକୁ ତାମ୍ପଳାର ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ସେହି ହାତୀଟି ଏବେ ପାଖ ଗାଁକୁ ବୁଲୁଛି ଯାହାକୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଖବର ପାଇ ସ୍ଥାନୀୟ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦନ୍ତା ହାତୀଟିକୁ ସ୍ଥାନୀୟ ଜଙ୍ଗଲକୁ ଘୋଡେ଼ଇ ନେବାକୁ ପ୍ରୟାସ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *