ଆଖିବୁଜିଲେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫାତିମା ବିବିଙ୍କ ନିଧନ..
1 min readନୂଆଦିଲ୍ଲୀ: ପରଲୋକରେ ଜଷ୍ଟିସ ଫାତିମା ବିବି। ଭାରତର ପ୍ରଥମ ମହିଳା ସୁପ୍ରିମକୋର୍ଟ ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଥିଲେ ଜଷ୍ଟିସ ଫାତିମା ବିବିଙ୍କ। ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟଅବସ୍ଥା ଭଲ ନଥିବାରୁ ଫାତିମା କିଛି ଦିନ ହେଲା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେ ମଧ୍ୟ ପ୍ରଥମ ମୁସଲମାନ ମହିଳା ଯିଏକି ଦେଶର ଉଚ୍ଚତମ ନ୍ୟାୟାଳୟରେ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ। ଫାତିମା ବିବି ୧୯୨୭ ମସିହାରେ କେରଳରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ତାଙ୍କୁ ଆଇନ ଅଧ୍ୟୟନ କରିବାକୁ ଉତ୍ସାହିତ କରିଥିଲେ। ୧୯୫୦ ମସିହାରେ ବିବି ବାର୍ କାଉନସିଲ୍ ପରୀକ୍ଷାରେ ଶୀର୍ଷରେ ରହି ବାର୍ କାଉନସିଲ୍ ସ୍ୱର୍ଣ୍ଣ ପଦକ ପାଇଥିଲେ। ତେବେ ଏଥିସହ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହିଳା ହେଉଛନ୍ତି ଫାତିମା।
ସେ କେରଳରେ ଓକିଲ ଭାବେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୭୪ ମସିହାରେ ଜିଲ୍ଲା ଜର୍ଜ ଭାବେ ନିଯୁକ୍ତ ହୋଇଥିଲେ। ୧୯୮୦ରେ ସେ ଆୟକର ଟ୍ରିବ୍ୟୁନାଲରେ ଯୋଗ ଦେଇଥିଲେ ଏବଂ ୧୯୮୩ରେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।
ଫାତିମା ବିବି ୧୯୮୯ରେ ସୁପ୍ରିମକୋର୍ଟରେ ପ୍ରଥମ ମହିଳା ବିଚାରପତି ଭାବେ ପଦୋନ୍ନତି ପାଇ ଇତିହାସ ରଚିଥିଲେ। ସେ ତାମିଲନାଡୁର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ। ତାମିଲନାଡୁର ରାଜ୍ୟପାଳ ଭାବରେ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦୟା ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ହେଡଲାଇନରେ ଚର୍ଚ୍ଚାର ବିଷୟ ପାଲଟିଥିଲେ।
ତାମିଲନାଡୁର ରାଜ୍ୟପାଳ ଭାବରେ ତାଙ୍କର କାର୍ଯ୍ୟକାଳ ଅନ୍ୟ ଏକ ଘଟଣାରେ ଘଟିଥିଲା। ୨୦୦୧ ମସିହାରେ ତାମିଲନାଡୁରେ ହୋଇଥିବା ବିଧାନସଭା ନିର୍ବାଚନରେ ଜେ ଜୟଲଳିତାଙ୍କ ନେତୃତ୍ୱରେ ଏଆଇଏଡିଏମକେରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା, କିନ୍ତୁ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୬ବର୍ଷ ନିର୍ବାଚନରେ ଭାଗ ନେବାକୁ ବାରଣ କରାଯାଇଥିଲା। କିନ୍ତୁ ବେବି ଜୟଲଳିତାଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ।