Pratidin TV

Odisha's Digital News Platform

‘ଏବେବି ରହିଛି ହୃଦୟରେ ଯନ୍ତ୍ରଣା’ପୋଷ୍ଟ କଲେ କେ.ଏଲ ରାହୁଲ..

1 min read

ଆଇସିସି ବିଶ୍ୱକପ ୨୦୨୩ ଫାଇନାଲ ହାରି ଯାଇଛି ଭାରତ । ଏଥିସହ୧୪୦ କୋଟି ଦେଶବାସୀଙ୍କ ହୃଦୟ ଭାଙ୍ଗି ଦେଇଛି ଏହି ବିଶ୍ୱକପ । ଏହି ପରାଜୟକୁ ଏତେ ସହଜରେ ଭୁଲି ପାରି ନାହାନ୍ତି ଖେଳାଳୀଙ୍କ ସହ ପୂରା ଭାରତ । ଫାଇନାଲ ସରିବାକୁ ବିତିଗଲାଣି ୪ଦିନ । ଆଉ ଏବେ ଧୀରେ ଧୀରେ ଭାରତୀୟ ଖେଳାଳି ନିଜ ଦୁଃଖକୁ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସାମ୍ନାରେ ରଖୁଛନ୍ତି ।

ବର୍ତ୍ତମାନ ସୁଧା ସବୁ ଖେଳାଳି ସଦମାରେ ରହିଛନ୍ତି । କାରଣ ବିଶ୍ୱକପର ଆରମ୍ଭରୁ ଭାରତ ସବୁ ମ୍ୟାଚ ଜିତି ଜିତି ଆସିଥିବା ବେଳେ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା । ଯାହାକୁ କେହି ବି ବିଶ୍ୱାସ କରି ପାରୁ ନାହାନ୍ତି ।୨ଦିନ ତଳେ ଭାରତର ଓପନର ଶୁବମନ ଗିଲ ସୋସିଆଲ ମିଡିଆରେ ନିଜ ଦୁଃଖ ରଖିଥିବା ବେଳେ ଆଜି ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ମଧ୍ୟ ତାଙ୍କ ଭଙ୍ଗା ହୃଦୟକୁ ସୋସିଆଲ ମିଡିଆ ମାଧ୍ୟମରେ ଦେଶବାସୀଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ଫାଇନାଲର ୪ଦିନ ପରେ ରାହୁଲ ଦଳର କିଛି ଫଟୋ ପୋଷ୍ଟ କରି କ୍ୟାପସନରେ ଏକ ଭଙ୍ଗା ହୃହୟର ଇମୋଜି ଦେଇ ଲେଖିଛନ୍ତି , ‘ ଏବେବି ରହିଛି ଯନ୍ତ୍ରଣା ହେଉଛି’ ।

Advertisement

ତେବେ ବିଶ୍ୱକପରେ ରାହୁଲଙ୍କ ପ୍ରଦର୍ଶନ ଭଲ ରହିଥିଲା । ୧୧ଟି ମ୍ୟାଚ ଖେଳି ୯୦.୭୬ ଷ୍ଟ୍ରାଇକ ରେଟ ସହ ମୋଟ ୪୫୨ ରନ କରିଥିଲେ କେ.ଏଲ ରାହୁଲ ।

Leave a Reply

Your email address will not be published. Required fields are marked *