Pratidin TV

Odisha's Digital News Platform

ମାଆ-ଝିଅଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର, ଘରେ ଛାଡିଦେଇଥିଲା ବିଷଧର ସାପ, ଚାଲିଯାଇଥିଲା ମାଆ ଝିଅର ଜୀବନ

1 min read

ଦୀର୍ଘ ଦିନର ତଦନ୍ତ ପରେ ବାହାରକୁ ଆସିଲା ସତ । ସାପ କାମୁଡାରେ ମାଆଝିଅଙ୍କ ମୃତ୍ୟୁ ଏକ ଆକସ୍ମିକ ମୃତ୍ୟୁ ନ ଥିଲା ସେ ଥିଲା ଏକ ଷଡଯନ୍ତ୍ର । ଯାହାର ଏବେ ପର୍ଦ୍ଦାଫାଶ କରିଛି ପୋଲିସ । କବିସୂର୍ଯ୍ୟନଗର ଅଢେଇବରଗାଁ ରେ ସାପ କାମୁଡ଼ାରେ ମା ଝିଅ ମୃତ୍ୟୁ ଘଟଣା ନେଲା ଭିନ୍ନ ରୂପ । ଗତ ଅକ୍ଟୋବର ମାସରେ ଘଟିଥିବା ଏହି ଘଟଣା ଉପରୁ ପୋଲିସ ଆଜି ପରଦା ଉଠାଇଛି । ସାପ ଦ୍ୱାରା ମା-ଝିଅଙ୍କୁ ହତ୍ୟା କରିଥିଲା ଖୋଦ ଜଲ୍ଲାଦ ସ୍ୱାମୀ । ଏହି ଘଟଣାରେ କବିସୂର୍ଯ୍ୟନଗର ପୁଲିସ ଅଭିଯୁକ୍ତ ସ୍ୱାମୀ କେ. ଗଣେଷ ପାତ୍ରକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଅକ୍ଟୋବର ମାସରେ ଘରେ ଶୋଇଥିବା ସମୟରେ କବିସୂର୍ଯ୍ୟନଗର ଅଢେଇବରଗାଁର କେ. ଗଣେଷ ପାତ୍ରଙ୍କ ସ୍ତ୍ରୀ ଓ ଝଅ ବିଷଧର ସାପ କାମୁଡାରେ ମୃତ୍ୟୁବରଣ କରିଥିଲେ । ଏହା ଘଟଣା ଜଣା ପଡିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ତେବେ ଘଟଣା ଉପରୁ ମାସକରେ ପରେ ପର୍ଦା ଉଠିଛି । ମୃତ ମହିଳାଙ୍କ ସ୍ୱାମୀ ଘରେ ବିଷଧର ସାପ ଛାଡି ମା-ଝିଅଙ୍କୁ ହତ୍ୟା କରିଛି ବୋଲି ଜଣାପଡିଛି । ଏକ ବିଷଧର କୋଳଥିଆ ନାଗ ସଂଗ୍ରହ କରି ମା-ଝିଅ ଶୋଇଥିବା ଘରେ ଛାଡିଥିଲା । ଏହାପରେ ସାପ କାମୁଡାରେ ମା-ଝିଅଙ୍କ ମୃତ୍ୟୁ ହୋଇଛି । ଏନେଇ କବିସୂର୍ଯ୍ୟନଗର ଥାନାଧିକାରୀ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *