Pratidin TV

Odisha's Digital News Platform

ବ୍ୟବସାୟୀଙ୍କ ଠାରୁ ୧୯ ଲକ୍ଷ ହଡପ କଲେ ଭାରତର ପୂର୍ବତନ କ୍ରିକେଟ! ଥାନାରେ ହେଲା ଅଭିଯୋଗ..

1 min read

ଟିମ ଇଣ୍ଡିଆର ପୂର୍ବତନ ଖେଳାଳୀ ଙ୍କ ନାଁରେ ରୁଜୁ ହେଲା ମାମଲା । ସେ ପୁଣି ଠକେଇ ମାମଲା । ତେବେ ଭାରତର ପୂର୍ବତନ କ୍ରିକେଟର ଏସ ଶ୍ରୀଶାନ୍ତଙ୍କ ଜୀବନରେ ଲାଗି ରହିଛି ବିବାଦ । ଯାହା ଛାଡିବାର ନାଁ ନେଉନି । ପୁଣି କିଛିଦିନର ବ୍ୟବଧାନ ପରେ ତାଙ୍କ ବିରୋଧରେ ଆସିଲା ଠାକମୀର ଅଭିଯୋଗ । ଶ୍ରୀଶାନ୍ତ ଓ ତାଙ୍କର ଦୁଇଜଣ ସହଯୋଗୀଙ୍କ ନାଁରେ କେରଳ ପୁଲିସ ନିକଟରେ ମାମଲା ରୁଜୁ କରାଯାଇଛି । ଜଣେ ବ୍ୟକ୍ତି ଖେଳାଳିଙ୍କ ବିରୋଧରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ଆଣି ପୁଣି ତାଭ୍‌କୁ ବିବାଦ ଭିତରକୁ ଟାଣି ଆଣିଛନ୍ତି । ଭେଙ୍କେଟେଶ କିନ ଓ ରାଜୀବ କୁମାର ଏବଂ ଶ୍ରୀସନ୍ଥଙ୍କ ନାଁରେ କେରଳ ଜଣେ ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି ।

ଏକ ସ୍ପୋଟସ ଏକାଡେମୀ ଖୋଲିବା ପାଇଁ କେରଳ କନ୍ନୁର ଜିଲ୍ଲା ଚେରୁକୁନ୍ନୁ ଅଧିବାସୀ ସରୀଶ ଗୋପାଳନଙ୍କଠୁ ଶ୍ରୀସନ୍ଥ ଓ ଅନ୍ୟ ଦୁଇ ସହଯୋଗୀ ୧୯ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସ୍ପୋଟସ ଏକାଡେମୀର ପାର୍ଟନର ମଧ୍ୟ ଶ୍ରୀସନ୍ଥ ଅଛନ୍ତି । ସେମାନଙ୍କ ବିରୋଧରେ ଆଇପିସି ଧାରା ୪୨୦ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି । ଯେତେବେଳେ କୌଣସି କ୍ରୀଡା ଏକାଡେମୀ ନିର୍ମାଣ ହେଉନଥିବା ସମ୍ପର୍କରେ ଆବେଦନକାରୀ ଜଣକ ଜାଣବିାକୁ ପାଇତିଲେ ସେତେବେଳେ ସେ ଟଙ୍କା ଫେରସ୍ତ କରିବା ପାଇଁ ସେମାନଙ୍କ ନିକଟରେ ଦାବି କରିଥିଲେ ।

Advertisement

ଟେଙ୍କା ଦେବେ କହି ସେମାନେ କଥାରୁ ଓହରି ଯାଇଥିଲେ ଫଳରେ ବ୍ୟବସାୟୀ ଜଣ ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାମଲା ରୁଜୁ ହେବା ପରେ ପୁଲିସ ଛାନଭିନ ଆରମ୍ଭ କରିଛି ।ତେବେ ଏହି ଠକେଇ ଘଟଣାରେ ଶ୍ରିଶାନ୍ତଙ୍କ କିଛି ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ଏଯାଏଁ କିଛି ସ୍ପଷ୍ଟ ହୋଇ ନାହିଁ । ସେ ଏହି ଘଟଣାରେ ସାମିଲ ଅଛନ୍ତି କି ନାହିଁ ତା ତଦନ୍ତ ପରେ ଜଣା ପଡିବ । ହେଲେ ଶ୍ରୀଶାନ୍ତ ପୂର୍ବରୁ ମ୍ୟାଚ ଫିକ୍ସି ମାମଲାରେ ଫସିବା ପରେ କିଛି ଦିନ ତଳେ କମବ୍ୟାକ କରିଥିଲେ ଶ୍ରୀସାନ୍ତ । ଏହା ପରେ ସେ ବିଗବସରେ ଏବଂ କିଛି ଫିଲ୍ମ ରେ ମଧ୍ୟ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *