Pratidin TV

Odisha's Digital News Platform

ଖୁବ୍ ଶୀଘ୍ର ଇସ୍ତଫା ଦେଇ ପାରନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ : ବ୍ରିଟେନ୍‌ରେ ଚାଲିଛି ରାଜନୈତିକ ସଙ୍କଟ । ଟଳମଳ ହୋଇପଡିଛି ପ୍ରଧାନମନ୍ତ୍ରୀ ସମେତ ଅନେକଙ୍କ ଆସନ । ନିଜ ନିଜ ପଦକୁ ବଚାଂଇବାକୁ ଲାଗିପଡିଛନ୍ତି ମନ୍ତ୍ରୀଗଣ । ଏନେଇ ୨ ଜଣ ମନ୍ତ୍ରୀ ପଦ ଛାଡିଛନ୍ତି । ତେବେ କଞରଭେଟିଭ ଦଳରେ ବିଦ୍ରୋହ ପରେ ଆଉ ୪୦ ଜଣ ଇସ୍ତଫା ଦେଇଥିବା ସୂଚନା ମିଳୁଛି ।

ବୁଧବାରଦିନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଉ ଏକ ପଦକ୍ଷେପ ନେଇଥିଲେ ,୍‌ଯାହା ତାଙ୍କ ଆସନକୁ ବିପଦରେ ପକାଇଦେଇଛି ।ସେ ଲେଭେଲିଂ ଅପ୍ ହାଉସିଂ ଆଣ୍ଡ କମ୍ୟୁନିଟି ସେକ୍ରେଟେରି ମାଇକେଲ ହୋଭଙ୍କୁ ଏକ ଦରଖାସ୍ତ ଲେଖିଥିଲେ । ଯେଉଁଥିରେ କି ସେ କ୍ୟାବିନେଟ ରେ ବିଦ୍ରୋହ ପରଅବସ୍ଥାକୁ ନିୟନ୍ତ୍ରଣ କରିବାଲାଗି କହିଥିଲେ । ଏହାପରେ ତାଙ୍କ ଇସ୍ତଫାକୁ ନେଇ ଦାବି ଜୋର ଧରିଛି ।
ବୋରିସ ଜନସନ ଙ୍କ ଇସ୍ତଫାରେ ଗତ ୨୪ ଘଣ୍ଟା ମଧ୍ୟରେ ଜନସନଙ୍କ ନେତୃତ୍ୱକୁ ବିରୋଧ କରି ସରକାରରୁ ୩୦ ରୁ ଅଧିକ ଜଣ ଇସ୍ତଫା ଦେଇସାରିଲେଣି । ସେଥିରେ କ୍ୟାବିନେଟ, ଅଣକ୍ୟାବିନେଟ ,ସୋଲିସିଟର ସଜେନେରାଲ ଓ କଜରଭେଟିଭ ପାର୍ଟିର ଉପାଧକ୍ଷ ଅନ୍ତଭୁକ୍ତ ।

Advertisement

Leave a Reply

Your email address will not be published. Required fields are marked *