Pratidin TV

Odisha's Digital News Platform

ସ୍ତ୍ରୀ ଓ ଝିଅ କୁ ସାପ ଦ୍ୱାରା ମାରି ସ୍ୱାମୀ ଗିରଫ, ଜିଲ୍ଲାରେ ହଇଚଇ ….

1 min read

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇ ବରଗାଁ ରେ ସାପ କାମୁଡ଼ାରେ ମା ଝିଅ ମୃତ୍ୟୁ ଘଟଣା ନେଲା ଭିନ୍ନ ରୂପ । ଖୋଦ ସ୍ୱାମୀ ଘରେ ସାପ ଛାଡି ସ୍ତ୍ରୀ ଓ ଝିଅ କୁ କରିଥିଲା ହତ୍ୟା । ପୋଲିସ ଦ୍ୱାରା ହତ୍ୟାକାରୀ ସ୍ୱାମୀ କେ. ଗଣେଷ ପାତ୍ର ଗିରଫ ।

ଗତ ଅକ୍ଟୋବର ମାସ ସାତ ତାରିଖ ରେ ଘଟିଥିଲା ଏଭଳି ଘଟଣା । ସ୍ତ୍ରୀ ଚରିତ୍ର ସନ୍ଦେହ କରି ସ୍ତ୍ରୀ ଓ ଝିଅ ଶୋଇଥିବା ଘରେ ସ୍ୱାମୀ କୋଳଥିଆ ନାଗ ସେଇ ଘରେ ଛାଡିଦେଇଥିଲା । ଯାହାଫଳରେ ସାପଟି ଉଭୟ ମା ଓ କୁନି ଝିଅଟିକୁ କାମୁଡିବା ଫଳରେ ମା-ଝିଅ ଦୁଇହିଁଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଥାନରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିଲା ଏବଂ ତଦନ୍ତର ଠିକ୍ ଦେଢମାସ ପରେ ସତ ସାମ୍ନାକୁ ଆସିଛି ।

ସ୍ନେକ୍ ହେଲପ୍ ଲାଇନ୍ ମାଧ୍ୟମରେ ଅଭିଯୁକ୍ତ ସ୍ୱାମୀକୁ ବିଷଧର ନାଗ ସାପ ଯୋଗାଇଥିବା ବ୍ୟକ୍ତିକୁ ଧରାଯାଇ ତାପାଖରୁ ସବୁ ସତ୍ୟାସତ୍ୟ ଖୋଲାଯାଇଛି । ଏବଂ ସେହି ବ୍ୟକ୍ତିକୁ ତଦନ୍ତ ପରିସରକୁ ଅଣାଯାଇ ସାଖି ରୂପେ ମଧ୍ୟ ବ୍ୟବହାର କରିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ସୈତାନ ସ୍ୱାମୀର ଏଭଳି ଚାଲରେ ନିରୀହ ଶିଶୁ ଓ ସ୍ତ୍ରୀ ଦୁହେଁ ବଳିପଡିଯାଇଛନ୍ତି ।

Leave a Reply

Your email address will not be published. Required fields are marked *