ଗୁଜୁରାଟ ଟାଇଟନ୍ସରୁ ବିଦା ହେବେ କି ହାର୍ଦ୍ଦିକ ପାଣ୍ଡିଆ, କିଏ ହେବ ପରବର୍ତ୍ତୀ ଅଧିନାୟକ ?
1 min readଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ଶୁଣିବାକୁ ମିଳିଲା ଏକ ବଡ ଖବର । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଚଳିତ ବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ନିଲାମ ପୂର୍ବରୁ ଭାରତର ଟି -୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ଛାଡିବା ନେଇ ଖବର ଏବେ ଶୁଣିବାକୁ ମିଳୁଛି । ତେବେ ସେ ଦୂଳ ଛାଡି ପୁଣି ଥରେ ତାଙ୍କ ପୁରୁଣା ଦଳ ଅର୍ଥାତ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ନେଇ ସମ୍ଭାବନା ରହିଛି । ଏନେଇ କୌଣସି ପକ୍ଷରୁ ଔପଚାରିକ ଭାବେ ଘୋଷଣା ହୋଇ ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି ।
ଆଇପିଏଲର ‘ଟ୍ରେଡିଂ ୱିଣ୍ଡୋ’ (ଖେଳାଳିଙ୍କ ଆଦାନପ୍ରଦାନ) ବନ୍ଦ ହେବା ପର୍ଯ୍ୟନ୍ତ ଅର୍ଥାତ ନଭେମ୍ବର ୨୬ ପର୍ଯ୍ୟନ୍ତ ତାଙ୍କ ଫ୍ୟାନ୍ସକୁ ଅପେକ୍ଷା କରିବାକୁ ପଡିବ ।ହାର୍ଦ୍ଦିକ ଆଇପିଏଲର ସାତ ସିଜନ ମୁମ୍ବାଇ ପାଇଁ ଖେଳିଥିଲେ ଏବଂ ୨୦୨୨ ସିଜିନରୁ ସେ ଗୁଜୁରାଟ ପାଇଁ ଖେଳିବା ଆରମ୍ଭ କରିଥିଲେ । ଗୁଜୁରାଟ ଟାଇଟାନ୍ସରେ ଯୋଗଦେବା ପରେ ହାର୍ଦ୍ଦିକ ଏହି ନୂତନ ଆଇପିଏଲ ଦଳକୁ କ୍ରମାଗତ ଦୁଇଥର ଏହି ଟି -୨୦ ଟୁର୍ନାମେଣ୍ଟର ଫାଇନାଲକୁ ନେଇଥିଲେ । ଏଥିମଧ୍ୟରେ ଗୁଜୁରାଟ ଦଳ ମଧ୍ୟ ଡେବ୍ୟୁରେ ପ୍ରଥମ ଟାଇଟଲ ଜିତିଥିଲା ।
ତେବେ ବର୍ତ୍ତମାନ ହାର୍ଦ୍ଦିକ ଦଳ ଛାଡିବା ପରେ ତାଙ୍କ ସ୍ଥାନରେ କାହାକୁ ଅଧିନାୟକ କରିବ ଗଜୁରାଟ ଟାଇଟନ୍ସ । ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଦାୟ ପରେ କେନ୍ ୱିଲିୟମସନଙ୍କୁ ଅଧିନାୟକ କରାଯିବାର ସମ୍ଭାବନା ରହିଛି । ଅଧିନାୟକ ହେବା ପାଇଁ ରସିଦ ଖାନ ମଧ୍ୟ ଉପଯୁକ୍ତ ଅଛନ୍ତି । ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସେ ଦଳର ଅଧିନାୟକ ଥିଲେ । ତେବେ ଭାରତୀୟ ଅଧିନାୟକଙ୍କ ପାଇଁ ଦଳରେ ଶୁଭମାନ ଗିଲଙ୍କ ପରି ଜଣେ ଯୁବକ ମଧ୍ୟ ସାମିଲ ଅଛନ୍ତି । ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଯୋଡିବା ପାଇଁ ଆଲୋଚନା ଚାଲିଛି । ଏକ ସମ୍ଭାବନା ଅଛି ଯେ ସେ ଦଳ ବଦଳାଇ ପାରନ୍ତି କିନ୍ତୁ ଚୁକ୍ତିନାମା ସ୍ୱାକ୍ଷର ହୋଇ ନ ଥିବାରୁ ଆଉ କିଛି ନିଶ୍ଚିତ ହୋଇପାରିବ ନାହିଁ ।
ଫ୍ରାଞ୍ଚାଇଜ୍ ଦଳ ମଧ୍ୟରେ ଖେଳାଳିଙ୍କ ଆଦାନପ୍ରଦାନ ରହିଛି ଏବଂ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଯଦି ହାର୍ଦ୍ଦିକ ମୁମ୍ବାଇରେ ଯୋଗ ଦିଅନ୍ତି ତେବେ ତାଙ୍କ ସ୍ଥାନରେ କେଉଁ ଖେଳାଳି ଗୁଜୁରାଟ ଦଳରେ ଯୋଗଦେବେ । ଜୋଫ୍ରା ଆର୍ଚରଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି କି ନାହିଁ ତାହା ମୁମ୍ବାଇ ଏପର୍ଯ୍ୟନ୍ତ ନିଶ୍ଚିତ କରି ନାହିଁ । ମୁମ୍ବାଇ ଇଂଲଣ୍ଡର ଦ୍ରୁତ ବୋଲରଙ୍କୁ ୮ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ଆଘାତ ହେତୁ ସେ ଗତ ଦୁଇ ସିଜନରେ ଅଧିକାଂଶ ମ୍ୟାଚ୍ ଖେଳିପାରିନଥିଲେ ।ଯଦି ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ମୁମ୍ବାଇରେ ଯୋଗ ଦିଅନ୍ତି, ତେବେ ସବୁଠାରୁ ବଡ ପ୍ରଶ୍ନ ହେବ ସେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବେ କି, ଯାହାର ଅଧିନାୟକତ୍ୱ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚଟି ଟାଇଟଲ ଜିତିଛି ।