Pratidin TV

Odisha's Digital News Platform

ପାରାଦ୍ୱୀପ ପିଆଇସିଟି ଫାଟକ ସମ୍ମୁଖରେ ଶ୍ରମିକଙ୍କ ଧାରଣା…

1 min read

ପାରାଦ୍ୱୀପ ବନ୍ଦର ପିଆଇସିଟି ଫାଟକ ସମ୍ମୁଖରେ ଶ୍ରମିକ ଧାରଣା। ୧୦ ଦଫା ଦାବିକୁ ନେଇ ପରିବାର ସହିତ ଧାରଣା ଦେଇଛନ୍ତି ଶ୍ରମିକ। ଛଟେଇ ଶ୍ରମିକଙ୍କ ପୂର୍ଣ୍ଣ ନିଯୁକ୍ତି ଓ ବୋନସ ସହ୧୦ ଦଫା ଦାବିକୁ ନେଇ ଧାରଣା କରୁଛନ୍ତି ଶ୍ରମିକ। ଆସନ୍ତା ୨୭ ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମଗ୍ର ପାରାଦ୍ୱୀପ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଥିବା ବେଳେ ସମସ୍ତ ପ୍ରଶାସନିକ ଅଧିକାରୀ ପାରାଦ୍ୱୀପ ରେ ଡେରା ପକାଇଛନ୍ତି। ପ୍ରଶାସନ ତରଫରୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରିହରସେଲ ଚାଲିବାର କାର୍ଯ୍ୟକ୍ରମ ଥିବାବେଳେ ପିଆଇସିଟି ସମ୍ମୁଖରେ ଶତାଧିକ ସଂଖ୍ୟାରେ ଶ୍ରମିକ ଓ ସେମାନଙ୍କର ପରିବାର ଧାରଣାରେ ବସିଛନ୍ତି।

ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ପ୍ରଶାସନ ଏଥିପ୍ରତି କଡା ନଜର ରଖିଛି। ତେବେ ଦୀର୍ଘଦିନ ଧରି ଶ୍ରମିକ ମାନଙ୍କ ସହବନ୍ଧିତ ପାରାଦ୍ୱୀପ ପୋର୍ଟ ଶ୍ରମିକ କର୍ମଚାରୀ ୟୁନିୟନ ତରଫରୁ କମ୍ପାନୀ ସହିତ ବିଭିନ୍ନ ଦପ୍ତରକୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏଥିପ୍ରତି ଅବହେଳା ପ୍ରଦର୍ଶନକୁ ନେଇ ଶ୍ରମିକ ମାନେ ସପରିବାର ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ପିଆଇସିଟି ତରଫରୁ ଶ୍ରମିକ ମାନଙ୍କ ଦାବି ପୂରଣ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଶ୍ରମିକ ମାନେ ସପରିବାର ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି। ଘଟଣା ସ୍ଥଳରେ ଦୁଇଗୋଟି ଥାନା ଅଧିକାରୀ ଓ ପୋଲିସ ଉପସ୍ଥିତ ରହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *