Pratidin TV

Odisha's Digital News Platform

୭୩ ତମ ବନ ମହୋତ୍ସବ: ଟ୍ୱିଟ୍‌ କରି କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାଗେର୍ଟ

1 min read

ଭୁବନେଶ୍ୱର: ଆଜି ବରମୁଣ୍ଡା ହାଇସ୍କୁଲରେ ୭୩ ତମ ବନ ମହୋତ୍ସବ ପାଳନ ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଏହ କାର୍ୟ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ ମିଳି ନାହିଁ। ଭୁବନେଶ୍ୱରରେ କାର୍ୟ୍ୟକ୍ରମ ଆୟୋଜନ ସତ୍ତ୍ୱେ ସ୍ଥାନୀୟ ସାଂସଦଙ୍କୁ ଡକାଯାଇନି। ଏନେଇ ଟ୍ୱିଟ୍‌ କରି କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଛନ୍ତି ସାଂସଦ ।

ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ଅସୁରକ୍ଷିତ ମନେ କରୁଛନ୍ତି ନା ମୋତେ ଭୟ କରୁଛନ୍ତି ? ଏପରି କରିବା ରାଜ୍ୟ ସରକାରଙ୍କ ହୀନ ମାନସିକତା ନା ଅହଂକାର ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ କାର୍ୟ୍ୟକ୍ରମରେ ବିନା ନିମନ୍ତ୍ରଣରେ ସାଂସଦ ଯିବେ ବୋଲି କହିଛନ୍ତି।

Advertisement

ବରମୁଣ୍ଡା ହାଇସ୍କୁଲରେ ଆୟୋଜିତ ହେବାକୁ ଥିବା ରାଜସ୍ତରୀୟ ବନ ମହୋତ୍ସବ କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଦୀପ ଅମାତ, ଅଶୋକ ପଣ୍ଡା,ଦୁଇ ବିଧାୟକ ଓ ଭୁବନେଶ୍ୱର ମେୟରଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ନିମନ୍ତ୍ରଣ ପତ୍ରରେ ଭୁବନେଶ୍ୱର ସାଂସଦଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନାହିଁ। ଏପରିକି ସ୍ଥାନୀୟ ବିଜେପି କର୍ପୋରେଟରଙ୍କୁ ମଧ୍ୟ ଡକାଯାଇନି। ଖାଲି ନିମନ୍ତ୍ରଣ ପତ୍ରରେ ନୁହେଁ ବରଂ ସାଂସଦଙ୍କୁ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ବି ଦିଆଯାଇନାହିଁ।

Leave a Reply

Your email address will not be published. Required fields are marked *