ଟନେଲ୍ ଟ୍ରାଜେଡି ; ଫେଲ୍ ମାରିଲା ଅଗର ମେସିନ୍ , ହାତରେ ଖୋଳାଯିବ ଟନେଲ୍ ….
1 min readଉତ୍ତରକାଶୀ ; ଦୀପାବଳୀ ଠାରୁ ଉତ୍ତରକାଶୀରେ ଟନେଲ ଭିତରେ ଫସିଛନ୍ତି ୪୧ ଶ୍ରମିକ । ଆଜିକୁ ୧୪ ଦିନ ହେବ ସୂର୍ଯୟଉଦୟ ଦେଖିନାହାନ୍ତି ୪୧ ଶ୍ରମିକ । ତେବେ ଏମାନଙ୍କ ଉଦ୍ଧାର ପାଇଁ ପ୍ରାନପ୍ରଣେ ଚେଷ୍ଟା ଚାଲିଥିବା ବେଳେ , ରେସ୍କ୍ୟୁର ଡେମୋ ମଧ୍ୟ ଏନଡିଆରଫ୍ ଟିମ୍ କରିସାରିଥିବା ପରେ ଶ୍ରମିକଙ୍କ ପାଖରେ ପହଞ୍ଚିପାରୁିନାହାନ୍ତି ଉଦ୍ଧାରକାରୀ ଦଳ । ଟନେଲ ଭିତରେ ଧସେଇଥିବା ମାଟିକୁ ଡ୍ରିଲିଂ କରିବାରେ ଅଗର ମେସନିର ବ୍ୟବାହର କରାଯାଉଥିବା ବେଳେ ଆଜି ପୁଣି ୩ୟ ଥର ପାଇଁ ତାହା ଭାଙ୍ଗିଯାଇଚି ।
ଟନେଲ ବିଶେଷଜ୍ଞ କହିଛନ୍ତି- ଖନନ କାର୍ଯ୍ୟ ପୁଣି ଆରମ୍ଭ ହେବ-
ଟନେଲ ବିଶେଷଜ୍ଞ କର୍ଣ୍ଣେଲ ପାରିକଶୀତ ମେହେରା କହିଛନ୍ତି ଯେ ଆଗର୍ ମେସିନ୍ ଅଟକି ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ଏକ ଅସୁବିଧା ହୋଇଛି । ଟନେଲ ଭିତରେ ଥିବା ଆଗର୍ ମେସିନ୍ ବହୁତ କ୍ଷତିଗ୍ରସ୍ତ ହୋଇଛି । ମେସିନର ଅଗର୍ ଭିତରେ ଅଟକି ରହିଛି । ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇ ଥିବା ବେଳେ ପଣି ବାଧକ ସାଜିଛି ଲୁହା ଛଡ଼। ଅଗର ମେସିନ ଆଗରେ ଲୁହାଛଡ଼ ପଡ଼ିବାରୁ ରେସ୍କୁ ଅପରେସନରେ ବାଧା ସୃଷ୍ଟି ହୋଇଛି। କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନଟି ଅଧାରେ ଅଟକି ରହିଛି। କ୍ରମାଗତ ତୃତୀୟ ଥର ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେଣୁ ବିକଳ୍ପ ବାଟ ବାଛିଛନ୍ତି ଉଦ୍ଧାରକାରୀ ଦଳ। ହାତୁଡି ସାହାଯ୍ୟ ହାତରେ ଖୋଳା ଚାଲିଛି। ସେହିପରି ଟନେଲ ଉପର ପଟୁ ଡ୍ରିଲିଂ ଆରମ୍ଭ ହୋଇଛି। ବର୍ତ୍ତମାନ ଭୂଲମ୍ବ ଡ୍ରିଲ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଅନ୍ୟପକ୍ଷରେ କୁହାଯାଉଛି ଯେ ଭିତରର ଶ୍ରମିକମାନେ ମଧ୍ୟ ନିରାଶ ହେଉଛନ୍ତି। ସେମାନଙ୍କୁ ନିରନ୍ତର ଉତ୍ସାହିତ କରାଯାଉଛି ।
ଅନ୍ୟପଟେ ନ୍ୟୁଜ୍ ଏଜେନ୍ସି ପିଟିଆ ସୂଚନା ଦେଇଛି ଯେ ୪୭ ମିଟର ଖନନ କାର୍ଯ୍ୟ ଶେଷ ହୋଇଛି। ଆଉ ୧୦ମିଟର ଖନନ କରିବାକୁ ପଡିବ। ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସିର କର୍ମଚାରୀମାନେ ହାତୁଡ଼ି, ସାବଳ, ଗ୍ୟାସ କଟର ମେଶିନ ଏବଂ ସାଧାରଣ ଉପକରଣ ପରି ଡ୍ରିଲିଂ ପାଇଁ ବ୍ୟବହୃତ କରି ଖୋଳା ଆରମ୍ଭ କରିଦେଇଛନ୍ତି । ଟନେଲ୍ ବାହାରେ ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଟିମ୍ ମଧ୍ୟ ଉପସ୍ଥିତ ସହ ସଜାଗ୍ ରହିଛନ୍ତି ।