Pratidin TV

Odisha's Digital News Platform

ସୁଧୁରୁନି ପାକିସ୍ଥାନ : ଭାରତୀୟ ସେନାଙ୍କ ହାତରେ ୪ ପାକିସ୍ଥାନି ଗିରଫ

1 min read

 

Advertisement


ନୂଆଦିଲ୍ଲୀ : ନିଜର ହିଂସା ଓ ସଡଯନ୍ତ୍ର ପ୍ରସିଦ୍ଧ ପାକିସ୍ତାନ ଭାରତକୁ ସବୁବେଳେ ନିଜର ର୍ଟାଗେଟ ବନାଇବାରେ ପଛାଉନାହିଁ । କେତେବେଳେ ଡ୍ରୋନ ପଠାଉଚି ତ କେତେବେଳେ ଆତଙ୍କବାଦୀ ।କିନ୍ତୁ ଏଥର ମଧ୍ୟ ତାର ଏହି ପ୍ଲାନ୍‌ଟି ଫଳପ୍ରଦ ହୋଇପାରିନାହିଁ କହିଲେ ଚଳେ । ପାକିସ୍ଥାନର ଏଭଳି କାର୍ଯ୍ୟକଳାପ ପାଇଁ ସର୍ବଦା ସଜାଗ ଥାନ୍ତି ଆମ ସୁରକ୍ଷା ବାହିନୀ ।


ଏବେ ପନଶ୍ଚ ସୀମା ସୁରକ୍ଷା ବାହିନୀ ପାକିସ୍ତାନର ଏକ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡ କରିଛନ୍ତି । ଗତକାଲି ଗୁଜୁରାଟରେ ଭାରତୀୟ ସାମୁଦ୍ରୀକ ସୀମା ପାର ହେଉଥିବା ବେଳେ ବିଏସ୍‌ଏଫ୍ କର୍ମଚାରୀ ୪ ଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ।


ଏନେଇ ବିଏସ୍‌ଏଫ୍ ମୁଖପାତ୍ର କହିଛନ୍ତି ଯେ ମତ୍ସ୍ୟଜୀବୀଙ୍କ ଡଙ୍ଗାରୁ କିଛି ସନ୍ଦେହ ଜନକ ସାମଗ୍ରୀ ଜବତ କରାଯାଇନାହିଁ । ସୀମା ସ୍ତମ୍ଭ ସଂଖ୍ୟା ୧୧୬୫ ରୁ ୧୧୬୬ ମଧ୍ୟରେ କିଛି ଗତିବିଧି ହେଉଥିବାର ଜଣାପଡିବା ପରେ ଏକ ସ୍ୱତନ୍‌ତ୍ର ଦଳ ହରାମି ନାଲା ନିକଟରେ ଭାରତୀୟ ସାମୁଦ୍ରୀକ ସୀମାରେ ପ୍ରବେଶ କରୁଥିବା ୪ ଜଣ ପାକିସ୍ତନୀ ମତ୍ସ୍ୟଜୀବୀଙ୍କୁ ଏକ ସ୍ୱତନ୍ତ୍ର ବିଏସ୍‌ଏଫ୍ ଟିମ୍ ଗିରଫ କରିଥିଲା । ସେମାନଙ୍କ ଠାରୁ ୧୦ ଟି ଡଙ୍ଗା ମଧ୍ୟ ଜବତ କରାଯାଇଛି । ଅଧିକାରୀ କହିଛନ୍ତି ଯେ ସବୁ ଅଚଂଳରେ ସର୍ଚ୍ଚ ଅପରେସନ୍ ଖୁବ ଜଲଦି ଆରମ୍ଭ କରାଯିବ ।

Leave a Reply

Your email address will not be published. Required fields are marked *