Pratidin TV

Odisha's Digital News Platform

ଚିନ୍ତାରେ ଚାଷୀ ; ଗାଁରେ ପସି ଧାନ ଫସଲ ନଷ୍ଟ କରୁଛି ବଣୁଆ ହାତୀ ….

ଯାଜପୁର ; ଗାଁରେ ବୁଲୁଛି ବଣୁଆ ହାତୀ । ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ଚାଷୀଙ୍କ ଫସଲ ନଷ୍ଟ କରୁଛି । ଯାଜପୁର ଜ଼ିଲ୍ଲା ଦଶରଥପୁର ବ୍ଲକ ବିରଜାପୁର ପଂଚାୟତରେ ଶନିବାର ଭୋରୁ ଏକ ବଣୁଆଁହାତି ପଶି ବ୍ୟାପକ ଧାନ ଫସଲ ଖାଉ ଥିବାର ସ୍ଥାନୀୟ ଗ୍ରାମବାସୀ ଦେଖିଥିଲେ । ଏକ ବଣୁଆ ହାତୀ ଗ୍ରାମକୁ ପଶି ଆସିଥିବା ଘଟଣା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧି ସରପଞ୍ଚଙ୍କୁ ଜଣାଇବାପରେ ସରପଞ୍ଚ ବନ ବିଭାଗକୁ ଜଣାଇଥିଲେ ।

ଘଟଣା ସ୍ଥଳରେ ବନ ବିଭାଗ ପହଂଚି ହାତୀକୁ ତାହାର ପୂର୍ବ ସ୍ଥାନକୁ ଫେରାଇବା ପାଇଁ ଚେଷ୍ଟା ଜାରି ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ । ହାତୀଟି ଦଶରଥପୁର ବ୍ଲକ ରୁ ବିଂଝାରପୁର ବ୍ଲକ ଆଡକୁ ଯାଉଥିବାର ଦେଖିବାକୁ ମିଳିଛି । ବଣୁଆ ହାତୀଟି ପ୍ରାୟ ଛଅ ସାତ ଗୋଟି ପଂଚାୟତ ରେ ବ୍ୟପକ ଧାନ ଫସଲ ନଷ୍ଟ କରିଥିବାର ଦେଖିବାକୁ ମିଳିଛି । ଧାନ ଅମଳ ସମୟରେ ହାତୀ ପଶି ଧାନ ଫସଲ ନଷ୍ଟ କରିଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଏପରିକି ହାତୀ ସାମ୍ନାରୁ ଜୀବନ ନେଇ ଫେରିଥିବା ପ୍ରତକ୍ଷ୍ୟଦର୍ଶୀ ଜୀବନ ବଞ୍ଚି ଯାଇଥିବାରୁ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଇଛି ।

Leave a Reply

Your email address will not be published. Required fields are marked *