Pratidin TV

Odisha's Digital News Platform

ବିଲରେ ଭାଣିଜୀକୁ ଦୁଷ୍କର୍ମ ଉଦ୍ୟମ କଲା ମାମୁଁ ; ନ୍ୟାୟପାଇଁ ଏସ ପି ଙ୍କୁ ନିକଟରେ ଗୁହାରି କଲା ବିବାହିତ ଭାଣିଜୀ….

1 min read

ଜଗତସିଂହପୁର ; ମାମୁଁ ଭାଣିଜୀ ଭଳି ପବିତ୍ର ସର୍ମ୍ପକରେ କଳଙ୍କ ଲଗାଇଲା ମାମୁଁ । ମହାଭାରତର ଶଙ୍କୁନୀ ମାମୁଁ ତ ପସାପାଲିରେ ମହାଭାରତ ରଚିଥିଲା କିନ୍ତୁ କଳିଯୁଗର ଏହି ରାକ୍ଷସ ମାମୁଁ ଶେଷରେ ବିବାହିତ ଭାଣିଜୀ ଉପରେ ନିଜର ଲୋଲୁପ ଦୃଷ୍ଟି ପକାଇଲା । ଏଭଳି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଏରଣ୍ଡପାଳ ଗ୍ରାମରେ। ଉକ୍ତ ଗ୍ରାମର ଚୁିନ୍ମୟୀ ମହାନ୍ତି ବୋଲି ଏକ ବିବାହିତ ମହିଳା ନିଜ ବାପଘରେ ରୁହନ୍ତି । କାରଣ ଚିନ୍ମୟୀଙ୍କ ବାପାଙ୍କର କୌଣିସି ପୁଅ ନଥିବାରୁ ଶେଷରେ ଚିନ୍ମୟୀ ବିବାହ ପରେ ନିଜ ବାପଘରେ ରହିଥିଲେ । ସେ ୧୦ ବର୍ଷ ତଳେ ରେଢୁଆ ଗ୍ରାମର ପ୍ରସନ୍ନ ସ୍ୱାଇଁଙ୍କୁ ବିବାହ କରିଥିଲେ । ହେଲେ ବାପାଙ୍କ ର କୈଣସି ପୁଅ ନ ଥିବାରୁ ସେ ଏରଣ୍ଡପାଳ ଗ୍ରାମରେ ରହି ଗାଈ ପାଳନ କରି ସେଥିରୁ ଯାହା ରୋଜଗାର କରନ୍ତି ସେଥିରେ ନିଜ ବାପାଙ୍କୁ ଚଳାନ୍ତି । ତେବେ ଚିନ୍ମୟୀଙ୍କର ଏକ ୯ ବର୍ଷର ପୁଅ ମଧ୍ୟ ଅଛି । ସେ

ଏରଣ୍ଡପାଳ ବିଦ୍ୟାଳୟ ରେ ପାଠ ପଢୁଛି ଜ୍ଝ ତେବେ ଚିନ୍ମୟୀଙ୍କ ଅଭିଯୋଗ ଅନୁଯାୟୀ ଚିନ୍ମୟୀ ଦୈନଦିନ ବିଲକୁ ଘାସ କାଟିବାକୁ ଯାଆନ୍ତି । ନଭେମ୍ବର ଦଶ ତାରିଖ ଦିନ ମଧ୍ୟ ସେ ବିଲକୁ ଘାସ କାଟିବାକୁ ଯାଇଥିଲି । କିନ୍ତୁ ବିଲରେ ଘାସ କାଟୁଥିବା ସମୟରେ ପଡିଶା ଘର ମାମୁଁ ଆର୍ତତ୍ରାଣ ଖୁଣ୍ଟିଆ ଚିନ୍ମୟୀଙ୍କୁ ଅନ୍ୟ ଏକ ହିଡରେ ପ୍ରବଳ ଘାସ ହୋଇଛି କହି କାଟିବାକୁ ଡାକିଲା । କିନ୍ତୁ ସେଠାରେ ଚିନ୍ମୟୀଙ୍କୁ ଡାକି ଏକୁଟିଆ ପାଇ ବଳ ପୁର୍ବକ ମାଡିବସି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ।

Advertisement

ଏହାପରେ ସେ ଚିନ୍ମୟୀ ନିରୂପାୟ ହୋଇ ସେଠାରେ ଚିତ୍କାର କରିଥିଲେ । ଏବଂ ୨ ଥର ଖସିଆସିବାକୁ ଚେଷ୍ଟା କରି ଶେଷ ଥର ଖସି ବିଲକୁ ପଳାଇଆସିଥିଲେ । ଏନେଇ ଚିନ୍ମୟୀ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି, ସରପଞ୍ଚ ଙ୍କୁ ଜଣାଇଲି । କିନ୍ତୁ ସେମାନେ କଥାଶୁଣିଲେ ନାହିଁ ବୋଲି ଚିନ୍ନୟୀ ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ୍ୟ ହୋଇ ସେ ରଘୁନାଥପୁର ଥାନା ଅଧିକାରୀ ଙ୍କୁ ଗୁହାରି କରି ଅଭିଯୋଗ ପଞ୍ଜିକରଣ କଲେ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ପୋଲିସ ଅଧିକାରୀ ବାବୁମାନର । ତାହା ପରେ ଏସ ପି ଙ୍କୁ ଗୁହାରି କଲି ସେ ମଧ୍ୟ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳଟୁଳ ନିତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗକାରୀ ଚିନ୍ମୟୀ ମହାନ୍ତି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି ।

Leave a Reply

Your email address will not be published. Required fields are marked *