Pratidin TV

Odisha's Digital News Platform

ଆଜି ବି ମନରୁ ଲିଭିନି ସେହି ଛାତିଥରା ଦୃଶ୍ୟ, ଯେବେ ଭାରତୀୟ ରକ୍ତରେ ଆତଙ୍କବୀଦୀ ଖେଳିଥିଲେ ରକ୍ତର ହୋଲି…

1 min read

୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ମନେଇ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନଭେମମ୍ବର ୨୬ ହେଉଛି ଭାରତ ଇତିହାସର ଏମିତି ଏକ ତାରିଖ । ନା ଭୁଲି ହେବ, ନା ଭୁଲିବାକୁ ଚାହିଁବେ କୌଣସି ଭାରତୀୟ । ସେଦିନ ପାକିସ୍ତାନୀ ଆତଙ୍କବାଦୀ ଭାରତୀୟଙ୍କ ରକ୍ତରେ ଖେଳିଥିଲେ ରକ୍ତର ହୋଲି । ଘଟଣାକୁ ୧୫ ବର୍ଷ ବିତି ଯାଇଥିଲେ ବି ମନରୁ ଲିଭିନାହିଁ ସେହି କରାଳ ଦୃଶ୍ୟ । ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ରକ୍ତର ହୋଲିରେ ୧୬୬ ଜଣଙ୍କ ପ୍ରାଣ ବଳି ପଡ଼ିଥିଲା । ପାକିସ୍ତାନରେ ପ୍ରଶିକ୍ଷଣ ନେଇ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଲଶ୍କର-ଏ-ତୋଏବାର ୧୦ ଆତଙ୍କବାଦୀ ସୁରକ୍ଷା ବଳୟ ଭାଙ୍ଗ ମୁମ୍ବାଇରେ ପ୍ରବେଶ କରିଥିଲେ ଆଉ ଗୁଳି ଓ ବୋମାମାଡ଼ରେ ଥରହର ହୋଇ ଉଠିଥିଲା ମାୟା ନଗରୀ । ସେମାନଙ୍କୁ ନିପତ କରିବାକୁ ଭାରତୀୟ ସେନାକୁ ଲାଗିଥିଲା ୪ ଦିନ । ୧୦ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ସୁରକ୍ଷା ବାହିନୀଙ୍କ ହାତରେ ଧରାପଡ଼ିଥିବା ଆତଙ୍କୀ କସାବ । ଯିଏ ଫାଶୀ ଖୁଣ୍ଟରେ ଝୁଲିଛି । ହେଲେ ପୂରା ଘଟଣାର ମାଷ୍ଟର ମାଇଣ୍ଡ ପାକିସ୍ତାନ ନାଗରିକ ତଥା ଲସ୍କର-ଇ ତୋଏବାର ମୁଖ୍ୟ ଜାକିଉର ରେହମନ୍ ଲକଭି କିନ୍ତୁ ଏଯାଏଁ ଖୁଲମଖୁଲ୍ଲା ବୁଲୁଛି । ଭାରତ ପକ୍ଷରୁ ଯେତେ ଚା ପଡ଼ିଲେ ମଧ୍ୟ ପାକିସ୍ତାନ ସରକାର ତାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଲେନାହିଁ । ତେବେ ବର୍ଷ ପରେ ବର୍ଷ ଗଡ଼ୁଛି ସତ କିନ୍ତୁ ସେ ଦିନର ଘଟଣା ଏବେ ବି ସତେଜ୍ ରହିଛି । ସେପଟେ ଏହି ଆକ୍ରମଣକୁ ନେଇ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *