Pratidin TV

Odisha's Digital News Platform

କୁକରର ଜୀବନ ବଞ୍ଚାଇ ଚାଲିଗଲେ ଯୁବକ, ଭୁଲ ମାଗିବା ପାଇଁ ଘରେ ପହଞ୍ଚିଲା କୁକୁର…

1 min read

ରାସ୍ତାରେ ଗଲା ବେଳେ ଅନେକ ସମୟରେ ବୁଲା କୁକୁର ମାନେ ଗାଡି ଆଗକୁ ପଶି ଆସନ୍ତି । ଆଉ ସେମାନଙ୍କୁ ରକ୍ଷା କରିବାକୁ ଯାଇ ଅନେକ ଲୋକ ଦୁର୍ଘଟଣାର ଗସମ୍ମୁଖୀନ ହୋଇଥାନ୍ତି । ଆଉ କିଛି ଜଣଙ୍କର ଜୀବନ ମଧ୍ୟ ଚାଲିଯାଇଥାଏ । ସେହିପରି ଗୋଟେ କୁକୁରର ଜୀବନ ବଞ୍ଚାଇବାକୁ ଯାଇ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେହି କୁକୁରଟି ତାଙ୍କ ପରିବାର ପାଖକୁ ଯାଇ ସମବେଦନା ଜଣାଇଛି ।

ସୂଚନାନୁଯାୟୀ ଗତ ୧୬ ତାରିଖ ଦିନ କର୍ଣ୍ଣାଟକ ରାଜ୍ୟର ଶିବମୋଗ୍ଗା ଜିଲ୍ଲା ଅନ୍ତର୍ଗତ ଭଦ୍ରାବତୀ ତାଲୁକର ଦାବଣଗେରେଠାରେ ଘଟିଥିଲା ଏକ ଦୁର୍ଘଟଣା । ସେଦିନ ଦାବଣଗେରେ ଅନ୍ତର୍ଗତ ହୋନ୍ନାଲ୍ଲି ଅଞ୍ଚଳର କ୍ୟାସନାକେରେବାସୀ ତିପ୍ପେଶ ପାଖ ବସ୍‌ଷ୍ଟାଣ୍ଡ୍‌ରେ ଭଉଣୀକୁ ଛାଡ଼ି ଘରକୁ ଫେରୁଥିଲେ ଭାଇ । ଆଉ ଗଲାବେଳେ ଗାଡି ଆଗକୁ ପଶି ଆସିଥିଲା ନୁଲା କୁକୁର । କୁକୁର ଟିର ଜିବନ ରକ୍ଷା କରିବାକୁ ଯାଇ ବାଇକ୍ ରାସ୍ତାରୁ ଖସିଯାଇ ଓଲଟି ପଡ଼ିଲା । ଏଥିରେ ତିପ୍ପେଶଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା । ସେଠାରୁ ତିପ୍ପେଶଙ୍କ ଶବ ଯେଉଁ ଗାଡ଼ିରେ ତାଙ୍କ ଘରକୁ ନିଆଗଲା ସେ ଗାଡ଼ିକୁ ଅନୁସରଣ କରି ସେହି ବୁଲା କୁକୁରଟି ଦୀର୍ଘ ୮ କିଲୋମିର୍ଟ ଚାଲି ଚାଲି ଗଲା । ଶବ ସତ୍କାର ବେଳେ ବି ସେ କୁକୁର ତାଙ୍କ ଘର ଆଖପାଖରେ ବୁଲିଲା । ଶବ ସତ୍କାର ପରେ ଘରକୁ ପଶିବାକୁ ଚେଷ୍ଟା କଲା, କିନ୍ତୁ ସେଠାରେ ଥିବା ଅନ୍ୟ କୁକୁରମାନେ ଏ ଅଚିହ୍ନା କୁକୁରକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ । କିନ୍ତୁ, ୩ ଦିନ ପରେ ସେ ବୁଲା କୁକୁର ତିପ୍ପେଶଙ୍କ ଘରେ ପଶି ତାଙ୍କ ମାଆ ଯଶୋଦାମ୍ମାଙ୍କ ପାଖକୁ ଗଲା । ତାଙ୍କ ହାତ ଉପରେ ଏମିତି ମୁଣ୍ଡ ରଖିଲା, ଜଣାଗଲା ସତେ ଅବା ସେ ତାଙ୍କ ପୁଅର ମୃତ୍ୟୁ ପାଇଁ ସମବେଦନା ଜଣାଉଛି । ତିପ୍ପେଶଙ୍କ ଭଉଣୀ ଚନ୍ଦନା କହିଛନ୍ତି ଯେ, ସେମାନେ ସେ କୁକୁର ଉପରେ ରାଗି ନାହାନ୍ତି । କାରଣ, ଏହା ଥିଲା ଗୋଟାଏ ଦୁର୍ଘଟଣା । ଦୁର୍ଭାଗ୍ୟକୁ ସେ ତାଙ୍କ ଭାଇକୁ ହରାଇଲେ । ଏବେ ସେ ବୁଲାକୁକୁର ତିପ୍ପେଶଙ୍କ ଘରେ ରହୁଛି ।

Advertisement

Leave a Reply

Your email address will not be published. Required fields are marked *