Pratidin TV

Odisha's Digital News Platform

ଚୀନ୍‌ରେ ବଢ଼ୁଥିବା ରୋଗକୁ ନେଇ, ସତର୍କ କରାଇଛନ୍ତି ଭାରତୀୟ ଡାକ୍ତର…

1 min read

କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପୁଛି । ଭୟଙ୍କର ହେଉଛି ଏହି ଭୂତାଣୁ ଜନିତ ରୋଗ । ଅଧିକାଂଶ ଶିଶୁଙ୍କ ମଧ୍ୟରେ ଥଣ୍ଡା, ଜ୍ୱର ଓ ନିମୋନିଆ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଚୀନ୍‌ରେ ଏହି ଏଚ୍‌୯ଏନ୍‌୨ର ମାମଲା ଦିନକୁ ଦିନ ବଢ଼ି ଚାଲିଛି । ଶ୍ୱାସ ସମନ୍ଧୀୟ ଏହି ରୋଗରେ ଅନେକ ଲୋକ ଛଟପଟ ହେଉଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ଲମ୍ବା ଲାଇନ୍ ଲାଗିଛି । ଚୀନ୍‌ରେ ବଢ଼ୁଥିବା ଏହି ଏଚ୍‌୯ଏନ୍‌୨ ରୋଗକୁ ନେଇ ଏବେ ଭାରତୀୟ ଡାକ୍ତର ସତର୍କ କରାଇଛନ୍ତି । ଚୀନରେ ବ୍ୟାପୁଥିବା ଏହି ଲକ୍ଷଣଜନିତ ରୋଗ ପାଇଁ ଆଗୁଆ ସତର୍କ କରିଛନ୍ତି କେନ୍ଦ୍ର ସରକାର । ଆଗୁଆ ପ୍ରସ୍ତୁତି ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଓ ରାଜ୍ୟସ୍ତରୀୟ ସର୍ଭେଲାନ୍ସରେ ଲକ୍ଷଣ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଯେଉଁ ରୋଗ ସହ ଶ୍ୱାସକ୍ରିୟାର ସମସ୍ୟା ଜଡ଼ିତ, ସେଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ । ସେହିପରି ଘଟଣା ଉପରେ ମନ୍ତ୍ରାଳୟ ନଜର ରଖିଛି, ଭୟଭୀତ ହେବାର କାରଣ ନାହିଁ ବୋଲି ଜଣାଇଛି ।

Advertisement

Leave a Reply

Your email address will not be published. Required fields are marked *