୧୨ ଜିଲ୍ଲାକୁ ୟେଲୋ ୱାଣ୍ଣିଙ୍ଗ : ଆସୁଛି ଆଉ ୨ ଟି ଲଘୁଚାପ
1 min readଭୁବନେଶ୍ୱର : ଓଡିଶରୁ ବର୍ଷା ଛାଡିବାର ନାଁ ଧରୁନି ,ଲାଗିରହିଛି ଗୋଟିଏ ପରେ ଗୋଟିଏ ଲଘୁଚାପ । ଉତ୍ତର ଓଡିଶା ଓ ଏହାର ଆଖପାଖ ଅଚଂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଏପକୂଳ ଓଡିଶାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ସେହିପରି ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୧୨ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ,ଝାରସୁଗୁଡା,ବରଗଡ,ବଲାଙ୍ଗିର,ନୂଆପଡା,କଳାହାଣ୍ଡି,କଳାହାଣ୍ଡି,କନ୍ଦମାଳ,ନବରଙ୍ଗପୁର,ରାୟଗଡା,ଗଜପତି,କୋରାପୁଟ ଓ ମାଲକାନାଗିରି ରେ ପ୍ରବଳ ବର୍ଷିବ । ଶୁକ୍ରବାର ଓ ଶନିବାର ମଧ୍ୟ ଉପକୂଳ ସମେତ ବଲାଙ୍ଗିର,ସୋନପୁର,ବରଗଡ,ମୟୁରଭଞ ଓ କେନ୍ଦୁଝରରେ ପ୍ରବଲ ବର୍ଷା ହେବ । ପରବର୍ତ୍ତୀ ସମୟରେ ପାଗରେ ସଧାରଣ ପରିବର୍ତ୍ତନ ଦେଖାଦେଇପାରେ ।
ସେହିପରି ୮ ତାରିଖରୁ ୧୧ ତାରିଖ ପର୍ଯ୍ୟାନ୍ତ ଉପକୂଳ ଓଡିଶା ,ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୯ ଓ୧୩ ତାରିଖରେ ଆଉ ୨ ଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୧୦ ତାରିଖରୁ ଉପକୂଳ ଓଡିଶାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରୀ ।ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାରେ ୧୫ ତାରିଖ ପର୍ଯ୍ୟାନ୍ତ ବର୍ଷା ଲାଗି ରହିବ ।