Pratidin TV

Odisha's Digital News Platform

ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା : ପୁଣି ଏକ ଜୀବନ ନେଲା ରାଗିଂ

1 min read

ଭୁବନେଶ୍ୱର : ଓଡିଶାରେ ଗୋଟିଏ ପରେ ଗୋଟିଏ ଜୀବନ ନେଇଚାଲିଛି ରାଗିଂ । ବାଲେଶ୍ୱର ସୋର ଥାନା ସବିରା ଅଚଂଳର ଗଙ୍ଗାଦର ବେହେରାଙ୍କ ଝିଅ ଲିପ୍ସା । ସେ ବାଲେଶ୍ୱର ସ୍ଥିତ ଜ୍ୟୋତି ହସ୍ପିଟାଲରେ ପ୍ରଥମ ବର୍ଷର ନସିଂ ଛାତ୍ରୀ ଥିଲେ । ତେବେ ଗୁରୁବାର ଦିନ ସେ ଗୁରୁତ୍ୱର ହୋଇପଡିଥିବା ନେଇ କଲେଜ ତରଫରୁ ଫୋନ ଆସିଥିଲା ପରିବାର ଲୋକଙ୍କୁ ।ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା,ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳୁଛି ।ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଲିପ୍ସା ରାଗିଂ ଯୋଗୁ ଆତ୍ମହତ୍ୟା କରିଛନ୍ତି ବୋଲି ସୁଚନା ମିଳୁଛି ।

Advertisement

Leave a Reply

Your email address will not be published. Required fields are marked *