Pratidin TV

Odisha's Digital News Platform

ଭିଡିଓ ଭାଇରାଲ ହେବା ପରେ ଆତ୍ମହତ୍ୟା କଲେ ବିବାହିତ ମହିଳା

1 min read

ଖଲ୍ଲିକୋଟ : ତେନ୍ତୁଳିପଲ୍ଲୀ ଗାଁର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଏହି ଘଟଣାଟି ଏକ ଭିଡିଓର ଭାଇରାଲ ହେଇଥିବାରୁ ଘଟିଛି । ଗତକାଲି ମହିଳା ଜଣଙ୍କୁ ଗାଁ ଲୋକ ବାଗଲପୁର ଗାଁର ଜଣେ ଯୁବକଙ୍କ ସହ ଦେଖିଥିଲେ । ଜଣେ ବିବାହିତା ମହିଳା ହୋଇ ଅନ୍ୟ ଏକ ଗାଁର ଯୁବକଙ୍କ ସହ ଲୁଚାଣିଆ ଦେଖାକରୁଥିବା ଭାବି ଗାଁର ଲୋକେ ଘଟଣାଟିକୁ ନେଇ ସେହି ଗାଁରେ ଏକ କଙ୍ଗାରୁ କୋର୍ଟ ବସାଇ ଘଟଣାଟିର ବିଚାର କରିଥିଲେ ।

ସେହି ବିଚାର ସଭାର ଶେଷରେ ଯୁବଙ୍କଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧେଇ ଗାଁ ସାରା ବୁଲାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଚିଂ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲା । ତେବେ ଏ ଘଟଣାଟିର ଭିଡିଓ ଭାଇରାଲ ହେବା ପରେ ମହିଳା ଜଣଙ୍କ ଲଜ୍ଜ୍ୟା କାରଣ ବସତ ଅତ୍ମହତ୍ୟା କରିଥିବେ ବୋଲି ଅନୁମାନ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *