ମିଳିଯାଇଛି ଅନୁମତି ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ..
1 min readଆଜି ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ବାହାରପଟୁ ଲେଜର ସ୍କାନିଂ ପାଇଁ ଏଏସଆଇକୁ ଅନୁମତି ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ କରାଯିବ । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ରତ୍ନଭଣ୍ଡାରରେ କେଉଁଠି ଫାଟ ରହିଛି କି ଆଉ କିଛି ଅନ୍ୟ ସମସ୍ୟା ରହିଛି ତାକୁ ଏହି ଲେଜର ସ୍କାନିଂ ଦ୍ୱାରା ଚିହ୍ନଟ କରାଯିବ । ୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୭ ଜଣିଆ ଟିମ୍ ରତ୍ନଭଣ୍ଡାରର ସ୍ଥିତି ଯାଂଚ୍ କରିବାକୁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ।
ତେବେ ସେତେବେଳେ ଚାବି ନମିଳିବାରୁ ଫେରିଆସିଥିଲେ । ରତ୍ନଭଣ୍ଡାର କାନ୍ଥରେ ଅନେକ ଫାଟ ରହିବା ସହ କାନ୍ଥ ଓଦାଳିଆ ରହୁଥିବା ଯାଂଚ ରିପୋର୍ଟରେ ଉଲ୍ଲେଖ ରହିଛି । ତେଣୁ ବାହାର ପଟ ସହ ଭିତରେ ମଧ୍ୟ ତୁରନ୍ତ ଲେଜର ସ୍କାନିଂ କରିବାକୁ ଦାବି ହୋଇଛି । ରତ୍ନଭଣ୍ଡାରର ସ୍ଥିତିକୁ ଯାଞ୍ଚ କରିବା ପରେ ଏଏସଆଇ ଚୂଡାନ୍ତ ରିପୋର୍ଟ ଦେବ । ରିପୋର୍ଟ ଆସିବା ପରେ ବୈଷୟିକ କମିଟି ସମୀକ୍ଷା କରିବ । ଅତ୍ୟାଧୁନିକ ମେସିନ୍ ଆସିଥିବାରୁ ମୁଖ୍ୟ ମନ୍ଦିର ସହ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବାକ୍ଷ ପାଈଁ ଏଏସଆଇକୁ ପରାମର୍ଶ ଦିଆଯାଇଛି ।