Pratidin TV

Odisha's Digital News Platform

ହାରିଲା ମୃତ୍ୟୁ ଜିତିଲା ଜୀବନ ; ଦୀର୍ଘ ୧୭ ଦିନ ପରେ ଟନେଲ ଭିତରୁ ଉର୍ଦ୍ଧାର ହେଲେ ୪୧ ଶ୍ରମିକ ….

ଉତ୍ତରକାଶୀ ; ଦୀର୍ଘ ୧୭ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଟନେଲରୁ ଉଦ୍ଧରା ହେଲେ ୪୧ ଶ୍ରମିକ । ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ରହିଛନ୍ତି। ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ। ଆଉ ସେମାନଙ୍କ ଉଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଆଶିଥିଲା ବହୁ ବାଧା ବିଘ୍ନ । ଅଗର ମେସିନଠୁ ବହୁ ଡ୍ରିଲିଂ ମେସିନ୍ ଏବଂ ରୋବଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ସୁଡଙ୍ଗ ରାସ୍ତା ଅବରୋଧ କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଏହା ସହ ଅଗର ମେସିନ ମଧ୍ୟ ଟନେଲ ଭିତରେ ଭାଙ୍ଗିଯାଇଥିଲା । ଫଳରେ ଏହି ଅଗର ମେସିନକୁ କଢାଯାଇ ଶେଷରେ ପାରମ୍ପରିକ ରାଟ ହୋଲ୍ ମାଇନିଂ ଦ୍ୱାରା ଶ୍ରମିକମାନଙ୍କ ପାଖରେ ଉଦ୍ଧାକାରୀ ଦଳର ପାଇପ ପହଞ୍ଚିଥିଲା।

ରାଟ ମାଇନିଂ ଜରିଆରେ ଶ୍ରମିକମାନେ ୨୪ ଘଣ୍ଟାରେ ୧୦ ମିଟର ଗାତ ଖୋଳିଥିଲେ। ବାକି ୨ ମିଟର ଖୋଳା ଯିବା ପରେ ଶ୍ରମିକମାନଙ୍କ ପାଖରେ ପାଇପ ପହଞ୍ଚିଥିଲା। ଏହି ପାଇପ ଯୋଗେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ପର‌୍ୟ୍ୟାୟକ୍ରମେ ଶ୍ରମିକମାନଙ୍କୁ ବାହାରକୁ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୫ ଜଣ, ପରେ ୪, ତା’ପରେ ୬ ଓ ଶେଷରେ ସମସ୍ତଙ ୪୧ ଜଣଙ୍କୁ ବାହରକୁ ଅଣାଯାଇଛି।

ଉଦ୍ଧାର ପରେ ସେମାନଙ୍କୁ ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ଦୀର୍ଘ ୧୭ ଦିନ ଏଲ ସୁଡଙ୍ଗ ଭିତରେ ଜୀବନ କାଟିବା କିଭଳି ଅନୁଭୂତି ଦେଇଛି ତାହା ଶ୍ରମିକ ମାନେ ସୁସ୍ଥ ହେଲେ ହିଁ ଜଣାପଡିବ ।

Leave a Reply

Your email address will not be published. Required fields are marked *