Pratidin TV

Odisha's Digital News Platform

ମଝିଆକାଶରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହେଲା ଝଗଡା, ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବିମାନ..

1 min read

ଆଜିକାଲି ବିମାନରେ ଅସଦାଚରଣ ଏବଂ ସାଥୀ ଯାତ୍ରୀଙ୍କ ସହ ଖରାପ ବ୍ୟବହାର ଖବର ଅନେକ ସମୟରେ ସାମ୍ନାକୁ ଆସିଛି । ଯାହାଫଳରେ ବିମାନକୁ କେବେ କେବେ ଜରୁରୀକାଳୀନ ପରିସ୍ଥିତିରେ ଲ୍ୟାଣ୍ଡ କରାଯାଇଥାଏ । ହେଲେ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମ୍ୟୁନିଚରୁ ବ୍ୟାଙ୍କକକୁ ଯାଉଥିବା ଏକ ଲୁଫଥାନ୍ସ ବିମାନକୁ ଜରୁରୀକାଳୀନ ପରିସ୍ଥିତିରେ ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରାଯାଇଥିଲା । ଯାହାର କାରଣ ଥିଲା ସ୍ୱାମୀ-ସ୍ତ୍ରୀଙ୍କ ଝଗଡା । ବିମାନ ଆକାଶରେ ଥିବା ବେଳେ ହଠାତ କୌଣସି କଥାକୁ ନେଇ କି ସ୍ୱାମୀସ୍ତ୍ରୀଙ୍କ ଭିତରେ ଝଗଡା ଆରମ୍ଭ ହୋଇଗଲା । ଜିନିଷ ଏତେ ଖରାପ ହୋଇଗଲା ଯେ ପାଇଲଟ ଏବଂ କ୍ର୍ରୃ ଷ୍ଟାଫଙ୍କୁ ବିମାନଟି ଜରୁରୀକାଳୀନ ଅବତରଣ କରିବାକୁ ପଡିଲା । ଲୁଫଥାନ୍ସରୁ ଆସୁଥିବା ବିମାନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ବଢି ଯାଇଥିଲା ଯେ ଏହା କଳହର ସ୍ଥିତିରେ ପହଞ୍ଚିଥିଲା । ବିମାନ ଭିତରେ ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଲା ।

Advertisement

Leave a Reply

Your email address will not be published. Required fields are marked *