Pratidin TV

Odisha's Digital News Platform

ନିଆରା କଳାକୃତିରେ ଅଙ୍କିତ ତ୍ରି-ଦିଅ

1 min read

ଭୁବନେଶ୍ୱର: ଆଜି ଶେଷ ହେବ ପ୍ରଭୁଙ୍କ ମାନବୀୟ ଲୀଳାଖେଳା , ପୁଣି ବଡଦାଣ୍ଡକୁ ବାହୁଡିଯିବେ ତିନି ଠାକୁର । ଭକ୍ତର ଭାବରେ ବନ୍ଧା ପରା ସେଇ କାଳିଆ ଠାକୁର ,ସେଇଥିପାଇଁ ତ ଲକ୍ଷ ଲକ୍ଷ ଦୂରରୁ ଥାଇ କିଏ ନଡିଆଟିଏ ଯାଚୁଛିତ କିଏ ବାଲିରେ ନିଜର କଳାକୃତିରେ ଗଢି ତୋଳିଦେଉଛି ସେଇ ପରମବ୍ରହ୍ମଙ୍କୁ ।

ସେହିପରି କାଳିଆ ସାଆନ୍ତଙ୍କ ଆଉ ଜଣେ ଭକ୍ତ ନା ତାଙ୍କର ପ୍ରିୟଙ୍କା ସାହାଣୀ । ନିଜର ନିଆରା କଳାକୃତିରେ ଆଙ୍କିଦେଇଛନ୍ତି ତିନି ଭାଇ ଭଉଣୀଙ୍କୁ । ସେ ବାହୁଡା ଯାତ୍ରା ଉପଲକ୍ଷେ ଗ୍ରାନ୍ୟୁଲ ଆର୍ଟ ମାଧ୍ୟମରେ ଜଗତର ନାଥ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ପ୍ରଭୁଙ୍କ ନନ୍ଦିଘୋଷ ରଥକୁ ସେ ଜୀବନ୍ତ କରି ଦେଇଛନ୍ତି । ଏହି ଚିତ୍ରକଳାରେ ସେ ନନ୍ଦିଘୋଷ ରଥରେ ବିଶ୍ୱବିଜୟୀ ସେଇ ମହାପ୍ରଭୁଙ୍କୁ ବିଜେ କରାଇଛନ୍ତି , ତାସହ ସେ ମହାପ୍ରଭୁଙ୍କ ଚକାଆଖିରେ ଜ୍ୟେଷ୍ଠଭ୍ରାତା ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସ୍ଥାନ ଦେଇଛନ୍ତି ।

Advertisement

ତେବେ ଚିତ୍ରଶିଳ୍ପୀ ପ୍ରିୟଙ୍କା ତିଆରି କରିଥିବା ରଥର ଉଚ୍ଚତା ୮.୫ ଫୁଟ ଏବଂ ଓସାର ୪ ରହିଛି ।ଅବିକଳ ନନ୍ଦିଘୋଷ ପରି ଦୃଶ୍ୟମାନ ହେଉଥିବା ଏହି କଳାକୃତି ସାଙ୍ଗକୁ ଦାରୁଦିଅଁଙ୍କ ଅପୂର୍ବ ଚେହେରା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି । ଏହି କଳାକୃତିକୁ ସମ୍ପୂଣ୍ଣ କରିବା ପାଇଁ ପ୍ରିୟଙ୍କାଙ୍କୁ ପ୍ରାୟ ୧ କୋଟିରୁ ଅଧିକ ମାଳିର ଆବଶ୍ୟକ ପଡିଥିଲା । ଏଥିରେ ସେ ମୋଟ ୧୬ଟି ରଙ୍ଗ ବ୍ୟବହାର କରିଥବାବେଳେ ଏହାକୁ ପୂର୍ଣ୍ଣ ରୂପ ଦେବାପାଇଁ ତାଙ୍କୁ ୧୭ ଦିନ ଲାଗିଥିଲା ବୋଲି କୁହନ୍ତି ପ୍ରିୟଙ୍କା ।

Leave a Reply

Your email address will not be published. Required fields are marked *