Pratidin TV

Odisha's Digital News Platform

(ଭିଡିଓ) ନେତା ବାଛୁଛି ତେଲେଙ୍ଗାନା, ଧାଡିରେ ଠିଆ ହୋଇ ଭୋଟ ଦେଲେ ପୁଷ୍ପା ଷ୍ଟାର ଅଲ୍ଲୁଙ୍କ ସହ ମେଗାଷ୍ଟାର…

1 min read

ତେଲାଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟକେନ୍ଦ୍ରକୁ ଯାଇ ଭୋଟ ଦେଉଛନ୍ତି ତେଲାଙ୍ଗାନାବାସୀ । ଆଉ ଗହଳି ନକରି ଧାଡିବାନ୍ଧି ନିଜର ନେତା ବାଛୁଛନ୍ତି ଲୋକ । ଏହି ତାଲିକାରେ ସାମିଲ ହୋଇଛନ୍ତି ସାଉଥଫିଲ୍ମର ଅନେକ ନାମିଦାମୀ କଳାକାର । ଭାରତୀୟ ଗଣତନ୍ତ୍ରର ଏହି ମହାନ ପର୍ବରେ ସାଉଥ ଇଣ୍ଡଷ୍ଟ୍ରି ସାମିଲ ହୋଇ ନେତା ବାଛୁଛି । ଆଜି ସକାଳୁ ଜୁବଲି ହିଲ୍ସ ମତଦାନ କେନ୍ଦ୍ରରେ ପ୍ରଥମେ ପହଞ୍ଚିଥିଲେ ପୁଷ୍ପା ଅଭିନେତା ଅଲ୍ଲୁ ଅର୍ଜୁନ ।

ତା ପଛକୁ ଥିଲେ ଜୁନିଅର ଏନଟିଆର ଏବଂ ମେଗାଷ୍ଟାର ଚିରଞ୍ଜୀବୀ । ଏହି ଅଭିନେତା ମାନେ ସାଧାରଣ ଲୋକଙ୍କ ଭଳି ଲାଇନରେ ଛିଡା ହୋଇ ନିଜର ମତ ସାବ୍ୟସ୍ତ କରିଥିଲେ । ତେବେ ଅଲ୍ଲୁ ଏକା ଯାଇଥିବା ବେଳେ ଏନଟିଆର ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଣତୀ ଏବଂ ମାଆଙ୍କ ସହ ମତଦାନ କରିବାକୁ ପହଞ୍ଚି ଥିଲେ । ସେହିପରି ମେଗାଷ୍ଟାର ତାଙ୍କ ପରିବାରଙ୍କୁ ନେଇ ଭୋଟ ଦେବାକୁ ଆସିଥିଲେ । ଭୋଟ ଦେବାରେ ଲୋକଙ୍କ ମଧ୍ୟ ଭୋଟ ଦେବାକୁ ସୋସିଆଲ ମିଡିଆରେ ଜରିଆରେ ନିବେଦନ କରିଛନ୍ତି ସାଉଥ ଅଭିନେତା । ଦୀର୍ଘ ୭ଦିନ ଧରି ତେଲାଙ୍ଗାନାରେ ପ୍ରଚାର ଚାଲିଥିବା ବେଳେ ଆଜି ଭୋଟ ଦେବାର ସମୟ ରହିଛି । ୧୧୯ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ତେବେ ଡିସେମ୍ବର ୩ରେ ଭୋଟ ଗଣତି ସହ ଆସିବ ଫଳାଫଳ ।ଏତର ୩କୋଯି ୨୬ ଲକ୍ଷ ଭୋଟର ୨ହଜାର ୨୯୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନ ପାଇଁ ୩୫ ହଜାର ୬୫୫ ପୋଲିସଂ ବୁଥ କରାଯାଇଥିବା ବେଳେ ଅଢେଇ ଲକ୍ଷ କର୍ମଚାରୀ ନିୟୋଜିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *