Pratidin TV

Odisha's Digital News Platform

ଟେଲିସ୍କୋପ ଭଳି କାମ କରୁଛି ଏହି ଜୀବର ୨୦୦ ଆଖି..

1 min read

ଦୁନିଆରେ ରହିଛନ୍ତି ଭିନ୍ନ ଭିନ୍ନ ପ୍ରକାରର ଜୀବ । କେବେ ନା କେବେ ଆପଣମାନେ ଅଜବ ଅଜବ ଜୀବ ଦେଖିଥିବେ ଯାହା ଅନ୍ୟ ଜୀବଙ୍କ ଠାରୁ କିଛି ଭିନ୍ନ ଦେଖାଯାଇ ଥାନ୍ତି । ତେବେ ଏହି ଅଜବ ଜୀବନ ତାଲିକାରେ ସର୍ବ ପ୍ରଥମେ ଆସେ ଶାମୁକାର ନାଁ । ଇଏ ସବୁ ଜୀବନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ କାରଣ ଅନ୍ୟ ଜୀବନଙ୍କର କାହାର ମୁହଁ କାନ ଲାଞ୍ଜ କିଛି ଏଭଳି ପ୍ରକାରରେ ଭିନ୍ନ ରହିଥାଏ କିନ୍ତୁ ସମସ୍ତଙ୍କ ପାଖରେ ୨ଟି ଆଖି ରହିଥାଏ । ମଣିଷ ଠାରୁ ଆରମ୍ଭ କରି ସବୁ ଜୀବଙ୍କ ୨ଟି ଆଖି ରହିଥାଏ । କିନ୍ତୁ ଶାମୁକା ଏଭଳି ଏକ ଜୀବ ଯାହାର ୨ଟି ୩ଟି ନୁହେଁ ପୁରା ୨୦୦ଟି ଆଖି ରହିଛି । ଆପଣଙ୍କ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଧା ଏହା ସତ । ସାମୁଦ୍ରିକ ଶାମୁକାର ରହିଛି ମୋଟ ୨୦୦ଟି ଆଖି ।

ଯାହା ଟେଲିସ୍କୋପ ଭଳି କାମ କରିଥାଏ । ତା ଛଡା ଶାମୁକାର ପହଁରିବା ଶୈଳୀ ମଧ୍ୟ ସମସ୍ତଙ୍କ ଠାରୁ ଅଲଗା ଅଟେ । ସେ ପହଁରିବାକୁ ଜେଟ ପ୍ରୋପଲଶନ କୌଶଳର ବ୍ୟବହାର କରିଥାଏ । ଯାହା ତାକୁ ପାଣି ଭିତରେ ଭାସିବାରେ ସାହାଯ୍ୟ କରିଥାଏ । ତା ଆଖିଗୁଡିକ ଖୁବ ଛୋଟ ହୋଇଥିବା ବେଳେ ଚଉଡା ୧ମିଲିମିଟର । ତାର ସବୁ ଆଖି ତା ଖୋଳପା କୋଣରେ ଲୁଚି ରହିଥାଏ । ଯାହା ମଣିଷ ଓ ଅନ୍ୟ ପ୍ରାଣୀଙ୍କ ଆଖିଠାରୁ ଅଲଗା ।

Advertisement

ସେଥିରେ ଲାଇଟ୍ସକୁ ଫୋକସ କରିବାକୁ ଲେନ୍ସ ବଦଳରେ ଅବତଳ ଦର୍ପଣ ରହିଥାଏ । ଶାମୁକାର ପ୍ରତ୍ୟେକଟି ଆଖିରେ ୨ଟି ଲେଖାଏଁ ରେଟିନା ରହିଥାଏ । ଆହୁରି ଆଶ୍ଚର୍ଯ୍ୟ କରା କଥା ହେଲା ଶାମୁକାର ଯଦି କୌଣସି ଆଖି ନଷ୍ଟ ହୋଇଯାଏ ତେବେ ସେ ୪୦ ଦିନ ଭିତରେ ପୁଣି ଜୀବତ ହୋଇ ଯାଏ । ଶାମୁକାର ଦୁନିଆର ପ୍ରାୟ ସମସ୍ତେ ମହାସାଗରରେ ଦେଖାଯାନ୍ତି ।

Leave a Reply

Your email address will not be published. Required fields are marked *