Pratidin TV

Odisha's Digital News Platform

ରାଜାରାଣୀ ଏକ୍ସପ୍ରେସ ଟଏଲେଟରୁ ବାହାରିଲା ମୃତଦେହ, ମିଳିନି ମୃତକଙ୍କ ପରିଚୟ..

1 min read

ଟ୍ରେନରୁ ମିଳିଲା ମୃତଦେହ। ଗତକାଲି ରାତିରେ ରାଜାରାଣୀ ଏକ୍ସପ୍ରେସରୁ ଓଡ଼ିଶା ରେଲୱେ ପୋଲିସ୍ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି। ମୃତଦେହଟି ପାଇଖାନା ଭିତରୁ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣଙ୍କ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ରେଳରେ ଯାଉଥିବା ଜଣେ ଯାତ୍ରୀ ପ୍ରଥମେ ଏହାକୁ ଦେଖିବାକୁ ପାଇଥିଲେ। ଏନେଇ ରେଲୱେ ପୋଲିସକୁ ଖବର ଦିଆଯାଇଥିଲା।ଭୁବନେଶ୍ୱର ଷ୍ଟେସନ ନିକଟରୁ ମିଳିଲା ମୃତଦେହ ଉଦ୍ଧାର ହୋଇଥିଲା । ଗାମୁଛା ଲଗାଇ ଜୀବନ ହାରିଥିବା ସନ୍ଦେହ କରିଛି ପୋଲିସ। ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ବର୍ତ୍ତମାନସୁଧା ମୃତ ବ୍ୟକ୍ତି ଜଣଙ୍କର ପରିଚୟ ମିଳି ପାରିନାହିଁ । ଏପଟେ ମୃତ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ରେଲୱେ ପୋଲିସ୍ ସବୁ ଦିଗରୁ ତଦନ୍ତ ଜାରି ରଖିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଜିଆରଏସ। ମୃତକଙ୍କୁ ପାଖାପାଖି ୪୦ ବର୍ଷ ହେବ ।

Advertisement

Leave a Reply

Your email address will not be published. Required fields are marked *