Pratidin TV

Odisha's Digital News Platform

ସରକାରଙ୍କ ବଡ ଘୋଷଣା : ଏବେ ବିଦେଶ ଯାତ୍ରା ହେବ ଶସ୍ତା

1 min read


ନୂଆଦିଲ୍ଲୀ : କୌଣସି କାମରେ ହେଉ ଅବା ବୁଲିବାକୁ , ଯେଉଁମାନେ ବିଦେଶ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ବଡ ଖୁସି ଖବର । ଏବେ ସହଜ ହେବ ଆନ୍ତର୍ଜାତୀୟ ବିମାନରେ ଯାତ୍ରା କରିବା । ଅର୍ଥ ମନ୍ତ୍ରାଳୟର ସୂଚନା ମୁତାବକ , ଆନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବା ଡେମୋଷ୍ଟିକ୍ ଏୟାରଲାଇନ୍ସକୁ ତୈଳ ମାର୍କେଟିଂ କମ୍ପାନୀଗୁଡିକୁ ବିମାନ ଇନ୍ଧନ (ଏଟିଏଫ୍‌) କିଣିବା ଉପରେ ୧୧% ମୌଳିକ ଏକ୍ସାଇଜ ଡ୍ୟୁଟିରୁ ରାହତ । ଅର୍ଥାତ ଏବେ ଏଟିଏଫ୍ ଉପରେ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରାଯିବ ନାହିଁ


ମନ୍ତ୍ରାଳୟ ଏକ ବିଜ୍ଞପ୍ତିରେ କହିଛି ଯେ , ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଘରୋଇ ବିମାନ ସେବାରେ ବିକ୍ରି ହୋଇଥିବା ଏଟିଏଫ୍ ଉପରେ ମୌଳିକ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରାଯିବ ନାହିଁ । ଏହି ନିଷ୍ପତ୍ତି ୧ ଜୁଲାଇ ୨୦୨୨ ରୁ କାର୍ଯ୍ୟକାରୀ ହୋଇଛି ।

Advertisement


ସୂଚନା ଅନୁଯାୟୀ ଏହା ପୁର୍ବରୁ ସରକାର ଜୁଲାଇ ୨ ରେ ବିମାନ ଇନ୍ଧନ ରପ୍ତାନି ଉପରେ ଲିଟର ପିଛା ୬ ଟଙ୍କା ମୂଲ୍ୟରେ ବିଶେଷ ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରିବାକୁ ଘୋଷଣା କରିଥିଲେ ।ଏହାପରେ ଆନ୍ତର୍ଜାତୀୟ ବିମାନ ଚଲାଚଳ କରୁଥିବା ଘରୋଇ ବିମାନ ସେବା ପାଇଁ ଏହି ଶୁକ୍ଳ ପ୍ରଯୁଜୟ ହେବ କି ନାହିଁ ଏହା ସନ୍ଦେହଜନକ ଥିଲା । କିନ୍ତୁ ଏବେ ଏହାକୁ ସରକାର ସ୍ପଷ୍ଟ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *