Pratidin TV

Odisha's Digital News Platform

ସ୍ଥଗିତ ରଖାଗଲା ଅମରନାଥ ଯାତ୍ରା : ବାଦଲ ଫଟା ବର୍ଷା ସହ ଭୁ ସ୍କଳନ ନେଲା ୧୬ ଜୀବନ

1 min read

ନୂଆଦିଲ୍ଲୀ : ପବିତ୍ର ଅମରନାଥ ଯାତ୍ରାରେ ଘଟିଛି ବଡ ଅଘଟଣ । ଅମରନାଥ ଯାତ୍ରା ଚାଲିଥିବା ବେଳେ ଗତକାଲି ସନ୍ଧ୍ୟା ପ୍ରାୟ ୫ ଟା ବେଳକୁ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ସହ ଭୁସ୍କଳନ ହୋଇଥିଲା । ଯାହାଫଳରେ ଘଟନା ସ୍ଥଳରେ ୧୬ ତୀର୍ଥଯାତ୍ରୀଙ୍କ ମୃତ୍ୟୃ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।ସେହିପରି ୩୦ ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ମଧ୍ୟ ଅଛନ୍ତି । ସୁ ସୁ ଗର୍ଜନ କରି ପାହାଡ ଉପରୁ ମାଡି ଆସିଥିଲା ଢେଉ ଯେଇଁଥିରେ ଅନେକ ତୀର୍ଥଯାତ୍ରୀ ଭାସି ଯାଇଥିବା ଅନୁମାନ କରାଯାଉଛି । ଏବେ ସୁଦ୍ଧା ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ନିଖୋଜଙ୍କ ମଧ୍ୟରୁ କିଛି ମୃତ ଦେହ ହଲେିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଛି ।ଆହୁରି ଅନେକ ମଧ୍ୟ ଏବେ ସୁଦ୍ଧା ନିଖୋଜ ଅଛନ୍ତି ।
ପାଣି ସୁଅରେ ଗୁମ୍ପା ନିକଟରେ ତୀର୍ଥଯାତ୍ରୀଙ୍କ ବହୁ ଆଶ୍ରୟ ସ୍ଥଳ ଭାସି ଯାଇଛି ।ଭୁସ୍କଳନ ଯୋଗୁ ତୀର୍ଥଯାତ୍ରୀମାନେ ଯିବାଆସିବା କରୁଥିବା ରାସ୍ତା ମଧ୍ୟ ଧୋଇ ହୋଇଯାଇଛି । ତେବେ ପୋଲିସ ସୂଚନା ଅନୁଯାୟୀ ବର୍ଷା ଟିକେ ଥମିବାରୁ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । ତେବେ ଗତକାଲିର ଅଘଟଣାପରେ ଅମରନାଥ ଯାତ୍ରାକୁ ରବ୍ଧ କରାଯାଇଛି ।ଅମରନାଥ ଯାତ୍ରା ଆସନ୍ତା ଅଗଷ୍ଟ ମାସ ୧୧ ତାରିଖରେ ଶେଷ ହେବାରେ ଥିଲା ।

Advertisement

Leave a Reply

Your email address will not be published. Required fields are marked *