ମା’ ଶବ ସହ ୧ ବର୍ଷ ରହିଲେ ଦୁଇ ଝିଅ , ର୍ଦୁଗନ୍ଧ ଲୁଚାଇବାକୁ କରୁଥିଲେ ଏସବୁ ….
1 min readବାରଣାସୀ ; ନିକଟରେ ଏକ ଏଭଳି ଘଟଣା ଉପରୁ ପରଦା ଉଠିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ । ମା-ଛୁଆର ସର୍ମ୍ପକ ସବୁଠୁ ନିଆରା ସବୁଠୁ ନିବିଡି ଓ ସବୁଠୁ ଭିନ୍ନ । ନିଜର ଛୁଆ ପାଇଁ ମା ଯେ କେତେ କଣ କରିପାରେ ତାକୁ ଆକଳନ କରିବା କଷ୍ଟକର । ଆଉ ସେହି ମା’କୁ ମଧ୍ୟ ତା ଛୁଆ ଏଭଳି ଭଲପାଇପାରେ ନିକଟରେ ତାର ଏକ ଲୋମହର୍ଷକର ଘଟଣା ସାମ୍ନାକୁ ଆସିଛି । ବାରଣାସୀର ଲଙ୍କା ଅଞ୍ଚଳର ସାମେଙ୍ଗହାଟ ମାଡାରୱା ରେ ନିଜ ମା ସହ ରହୁଥିବା ୨ ଝିଅଙ୍କ ଘରୁ ଏକ କଙ୍କାଳ ଜବତ୍ କରିଛି ପୋଲିସ । ତେବେ ସେହି କଙ୍କାଳ ଆଉ କାହାର ନୁହଁ ବରଂ ତାଙ୍କ ମା ଉଷା ତ୍ରିପାଠୀଙ୍କର । ପୋଲିସ ସୂଚନା ଅନୁଯାୟୀ ଡିସେମ୍ବର ୨୦୨୨ ରେ ଏହି ମହିଳାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ଉଷା ଦେବୀଙ୍କ ୨ ଝିଅ ବଡ (୨୭) ପଲ୍ଲଭି ତ୍ରୀପାଠି ଏବଂ ୧୮ ବର୍ଷିୟ ବୈଷ୍ଣବୀ ତ୍ରୀପାଠି ନିଜ ମାଙ୍କୁ ଏତେମାତ୍ରାରେ ଭଲପାଉଥିଲେ ଯେ ତାଙ୍କ ଅନ୍ତିମ ସଂସ୍କାର କରିନଥିଲେ । ମାଙ୍କୁ ସେହି ଘରେ ରଖି ତାଙ୍କ ପାଖରେ ଖାଉଥିଲେ ଆଉ ସେହିଘରେ ଶୋଉଥିଲେ ମଧ୍ୟ ।
ଧିରେ ଧିରେ ଶବ ପଚି ଷଢିବାକୁ ଲାଗିଥିଲା ।ଏହାପରେ ଝିଅ ଦୁହେଁ ଅତର ଏବଂ ଧୂପର ବ୍ୟବହାର କରି ସେଇ ର୍ଦୁଗନ୍ଧରୁ ବର୍ତ୍ତିଥିଲେ । କିନ୍ତୁ ଧିରେ ଧିରେ ତାହା କଙ୍କାଳରେ ପରିଣତ ହୋଇଯାଇଥିଲା । ଏହାପରେ ପାଖାପାଖର ୧ ବର୍ଷ ହେବ ୨ ଝିଅ ମାର କଙ୍କାଳ ସହ ସେହି ଘରେ ରହୁଥିଲେ । କିନ୍ତୁ ଘରେ ବସି ଖାଉଥିବା ହେତୁ ୧ ବର୍ଷ ଭିତରେ ସବୁ ସୁନା,ଗହଣା ଏବଂ ଅନ୍ୟାନ ଜିନିଷ ବିକ୍ରି କରିସାରିଥିଲେ । ଘରେ କିଛି ବଞ୍ଚିନଥିବାରୁ ଶେଷରେ ସେମାନେ ପଡୋଶୀ ଘରୁ ମାଗିବାକୁ ଲାଗିଥିଲେ । ଏହାସହ ଦୁହେଁ ଘରୁ ବାହରିବା ମଧ୍ୟ କମ କରିଦେଇଥିଲେ । ଏନେଇ ପଡୋଶୀମାନେ ତାଙ୍କ ସର୍ମ୍ପକୀୟଙ୍କୁ ଜଣାଇବା ସହ ଥାନରେ ମଧ୍ୟ ସମୃକ୍ତ ଘଟଣା ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର କବାଟ ବାଡେଇଥିଲେ ମଧ୍ୟ କେହି ଖୋଲିନଥିଲେ ଫଳରେ ବାଧ୍ୟ ହୋଇ ଘର କବାଟ ଭାଙ୍ଗିଦେଇଥିଲା ପୋଲିସ । ଆଉ ଘର ଭିତରେ ଯାହା ଦେଖିଥିଲା ଅବାକ୍ ହୋଇ ରହିଯାଇଥିଲା । କାରଣ ଗୋଟିଏ ରୁମର ବେଡ ଉପରେ ମା’ର ଶବ କଙ୍କାଳ ଅବସ୍ଥାରେ ପଡିରହିଥିବାବେଳେ ଆଉ ଏକ ରୁମରେ ଦୁଇ ଭଉଣୀ ବସିଥିଲେ ।
ତେବେ ପୋଲିସ ମାର କଙ୍କାଳ ଜବତ୍ କରିବା ସହ ଦୁଇ ଝିଅଙ୍କ ମାନସିକ ଯ।ଞ୍ଚ କରାଇବା ପାଇଁ ସେଠାରୁ ଉଦ୍ଧାର କରି ଥାନକୁ ଆଣିଥିଲା । ସେଠାରେ ୨ ଝିଅଙ୍କୁ ପଚାରାଯିାବ ପରେ ସମୃକ୍ତ ଘଟଣଅ ସାମ୍ନାକୁ ଆସିଥିଲା । ମା ଉଷା ତ୍ରୀପାଠୀଙ୍କ ମୃତ୍ୟୁ ୨୦୨୨ ମସିହା ଡିସେମ୍ବରରେ ହୋଇଥିଲା । ତାଙ୍କ ସ୍ୱାମୀ ତାଙ୍କ ସ୍ୱାମୀ ଅର୍ଥାତ୍ ୨ ଝିଅଙ୍କ ବାପା ଅନେକ ବର୍ଷ ପୂର୍ବରୁ ଏହି ମା ଓ ୨ ଝିଅଙ୍କୁ ଛାଡି ପଳାଇଥିଲା । ତେବେ ଝିଅ ମାନଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ସେମାନେ ଏପରି କରିଥିବା ପୋଲିସ ଅନୁମାନ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ।