Pratidin TV

Odisha's Digital News Platform

ରାଷ୍ଟ୍ରପତି ଭବନ ଛାଡି ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

1 min read

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ରଷ୍ଟ୍ରପତିଙ୍କ ନିମନ୍ତେ ଏକ ବଡ ସମସ୍ୟାର ରୂପନେଇଛି । ଏହି କ୍ରମରେ ଆଜି ଯେତେବେଳେ ବିକ୍ଷୋଭକାରୀମାନେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ବାସଭବନକୁ ଘେରିଥିଲେ , ତା ପୂର୍ବରୁ ହିଁ ରାଷ୍ଟ୍ରପତି ପଳାୟନ କରିଥିବା ସୂଚନା ମିଳୁଛି । ଶୁଣିବାକୁ ମିଳୁଛି ଯେ , ପୂର୍ବାହ୍ନ ସମୟରେ ବିକ୍ଷୋଭକାରିମାନେ କଲୋମ୍ବସ୍ଥିତ ରାଷ୍ଟ୍ରପତି ଭବନକୁ ଘେରାଉକରିଥିଲେ । ଏହାପରେ ପ୍ରଦର୍ଶନକାରୀମାନେ ଗୋଟବାୟ ରାଜପକ୍ଷଙ୍କ ସରକାରି କାର୍ଯ୍ୟାଳୟରେ ଭାରି ମାତ୍ରାରେ ଭଙ୍ଗାରୁଜା କରିଥିଲେ । ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ଇସ୍ତଫା ଦାବି ଜୋର ଧରିଛି ।
ଶୁକ୍ରବାର ଦେଶରେ ଅନିଶ୍ଚିତ ପର୍ଯ୍ୟନ୍ତ କଫ୍ରୁ୍ୟ ଲାଗୁ ହୋଇଛି ।ସେନାକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି । ରାଜଧାନୀ କଲୋମ୍ବୋ ଏବଂ ଏହାର ଆଖପାଖ ଅଚଂଳରେ ଶୁକ୍ରବାର ରାତିରୁ କର୍ଫ୍ୟୁ ଲାଗୁ ହୋଇଥିବା ପୋଲିସ ମୁଖ୍ୟ ଚନ୍ଦନା ବିକ୍ରମରନେ କହିଛନ୍ତି ।ଶୁକ୍ରବାର ହଜାର ହଜାର ସଂଖ୍ୟାର ପ୍ରଦର୍ଶନକାରୀ ରାଷ୍ଟ୍ରପତିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କଲୋମ୍ବର ପ୍ରବେଶ କରିଥିଲେ । ଯେଉଁ କାରଣରୁ କର୍ଫ୍ୟୁ ଲାଗୁ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *