Pratidin TV

Odisha's Digital News Platform

ଆସୁଛି ବାତ୍ୟା,ସୋମବାର ସନ୍ଧ୍ୟାରେ ଅତିକ୍ରମ କରିବ ଆନ୍ଧ୍ର-ତାମିଲନାହୁ ଉପକୂଳ..

1 min read

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି । ଏହା ପୁଡୁଚେରୀ ଠାରୁ ୭୯୦, ଚେନ୍ନାଇ ଠାରୁ ୮୦୦ କିମି ଦୂରରେ ଅବସ୍ଥିତ ରହିଛି । ଦିନକ ପରେ ଅର୍ଥାତ ୩ ତାରିଖ ରବିବାର ଏହା ବାତ୍ୟାରେ ରୂପାନ୍ତର ହୋଇପାରେ । ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ।ଏନେଇ ପୂର୍ବାନୁମାନ କରିଛି ପାଣିପାଗ । ୩ତାରିଖରେ ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୪ତାରିଖରେ ସେହିପରି ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୂଚନା ଅନୁସାରେ, ସୁଦୃଶ୍ୟ ଲଘୁଚାପଟି ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବରେ ଅବପାତ ପରିଣତ ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇ କାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୩ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ । ବାତ୍ୟାରେ ପରିଣତ ହୋଇ ୪ ତାରିଖ ସଂଧ୍ୟାରେ ଚେନ୍ନାଇ ଓ ମଛଲିପଟ୍ଟନମ ମଝିରେ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ । ସେହିପରି ରାଜ୍ୟର ୫ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

Leave a Reply

Your email address will not be published. Required fields are marked *