Pratidin TV

Odisha's Digital News Platform

ବିଶ୍ୱକପର ୧୨ ଦିନ ପରେ ମୁହଁ ଖୋଲିଲେ ମିଚେଲ ମାର୍ସ,‘କହିଲେ ମୁଁ ଟ୍ରଫିକୁ ଅସମ୍ମାନ କରିନି’

1 min read

୨୦୨୩ ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ଟ୍ରଫି ହାତେଇଥିଲା । ଗତ ମାସରେ ବିରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଷଷ୍ଠ ଦିନିକିଆ ବିଶ୍ୱକପ ଟାଇଟଲ ହାସଲ କରିବାର କିଛି ସମୟ ପରେ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେଇଥିଲା । ମ୍ୟାଚ ଜିତିବା ପରେ ଡେସିଂ ରୁମରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ କରାଯାଇଥିଲା । କିନ୍ତୁ ଏହି ଉତ୍ସବ ମଧ୍ୟରେ ମିଚେଲ ମାର୍ସଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲେ । ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ସୋସିଆଲ ମିଡିଆରେ ବିଜୟର ଟ୍ରଫି ସେୟାର କରିଥିଲେ । ଯେଉଁଥିରେ ମିଚେଲ ବିଶ୍ୱକପ ଟ୍ରଫିତକୁ ନିଜ ଗୋଡ ତଳେ ରଖି ଫଟୋ ଉଠାଇଥିଲେ । ଏହାକୁ ଏକ ଅସମ୍ମାନ ଅଙ୍ଗଭଙ୍ଗୀ ଭାବରେ ବିବେଚନା କରାଯାଇଥିଲା । ଏହି ଭାବନା ଏତେ ଶକ୍ତିଶାଳୀ ଥିଲା ଯେ ଟ୍ରଫି ପ୍ରତି ଉଦ୍ଦେଶ୍ୟମୂଳକ ଅସମ୍ମାନ ଅଭିଯୋଗ କରି ଆଲିଗଡର ପଣ୍ଡିତ କେଶବ ଦେବ ମାର୍ଶଙ୍କ ବିରୋଧରେ ପୋଲିସ ଅଭିଯୋଗ ମଧ୍ୟ କରିଥିଲେ ।

ଅନ୍ୟପଟେ ଟ୍ରଫି ଜିତିବା ଏକ ସମ୍ମାନର କଥା ହୋଇଥିଲେ ମଧ୍ୟ ମାର୍ସ ତାହା ଉପରେ ଗୋଡ଼ ରଖି ଫଟୋ ଉଠାଇଥିଲେ । ଏହାକୁ ନେଇ ଅନେକ ତାଙ୍କୁ ସମାଲୋଚନା କରିଥିଲେ । କେତେକ ଏକ୍ସ ବ୍ୟବହାରକାରୀ ଉକ୍ତ ଫଟୋକୁ କପିଳ ଦେବଙ୍କ ୧୯୮୩ ବିଶ୍ୱକପ୍ ଟ୍ରଫି ଧରିବା ଫଟୋ ସହିତ ତୁଳନା କରିଥିଲେ । କପିଳ ବିଶ୍ୱକପ୍ ଟ୍ରଫିକୁ ମୁଣ୍ଡ ଉପରକୁ ଉଠାଇ ଧରିଥିବା ବେଳେ ମାର୍ସ ଟ୍ରଫି ଉପରେ ଗୋଡ଼ ରଖିବା କାହାକୁ ପସନ୍ଦ ଆସିନଥିଲା । ଏହି ଘଟଣାକୁ ୧୨ଦିନ ବିତିଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମାର୍ସ ।

Advertisement

ସେ କହିଛନ୍ତି, ମୁଁ ଯାହା କରିଥିଲି, ସେଥିରେ ଟ୍ରଫିକୁ ଅପମାନ କଲା ଭଳି କିଛି ନାହିଁ । ମୋତେ ଲାଗୁନାହିଁ ମୁଁ ସେଭଳି କରି ଟ୍ରଫିକୁ ଅପମାନିତ କରିଛି । ଯଦି ଅଷ୍ଟ୍ରେଲିଆ ପୁଣି ଥରେ ବିଶ୍ୱକପ ଟ୍ରଫି ଜିତେ, ତେବେ ମୁଁ ପୁଣି ଥରେ ଟ୍ରଫି ଉପରେ ଗୋଡ଼ ରଖିବି । ସୋସିଆଲ ମିଡିଆରେ ମୋତେ ଟ୍ରୋଲ କରାଯାଉଥିବା ବିଷୟରେ ମୁଁ କେବଳ ଶୁଣିଥିଲି । ହେଲେ ଦେଖିନାହିଁ । ଏବେ ଏହି ଚର୍ଚ୍ଚା ବନ୍ଦ ହୋଇସାରିଥିବା ମୁଁ ଜାଣିବାକୁ ପାଇଛି ।

Leave a Reply

Your email address will not be published. Required fields are marked *