Pratidin TV

Odisha's Digital News Platform

ଲୋକଙ୍କ ପାଇଁ ବଡ଼ ବିପଦ ଆଣ୍ଟିବାୟୋଟିକ୍ସ! ହୁ ଜାରି କଲା ଚେତାବନୀ..

1 min read

ଆଜିକାଲି ଔଷଧ ମଧ୍ୟ ଅଭିଶାପ ପାଲଟିପାରେ। ରୋଗ ଭଲ କରିବା ପରିବର୍ତ୍ତେ ସବୁଦିନ ପାଇଁ ରୋଗଗ୍ରସ୍ତ କରିଦେଇପାରେଔଷଧ । ସାଧାରଣତଃ ଥଣ୍ଡା,କାଶ, ଜ୍ୱର ଏବଂ ଆଲର୍ଜି ହେଲେ ଲୋକେ ସଙ୍ଗେ ସଙ୍ଗେ ଆଣ୍ଟିବାୟୋଟିକ୍ସ ଖାଇ ଦିଅନ୍ତି । ଅନେକ ଲୋକ ମଧ୍ୟ ଏହାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଜାରି ରଖଥାନ୍ତି । ଅନେକ ସମୟରେ ଡାକ୍ତର ମଧ୍ୟ ଔଷଧ ସହିତ ଆଣ୍ଟିବାୟୋଟିକ୍ସ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଏହି ଆଣ୍ଟିବାୟୋଟିକ ଆପଣଙ୍କ ପାଇଁ ଘାତକ ହୋଇପାରେ । ଆବଶ୍ୟକତାଠାରୁ ଅଧିକ ଆଣ୍ଟିବାୟୋଟିକ୍ସ ଖାଇଲେ ଏହା ଅକାଳ ମୃତ୍ୟୁ ଆଣିପାରେ । ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପରିବର୍ତ୍ତେ ହ୍ରାସ କରେ । ଶରୀରକୁ ବିପଦରେ ପକାଇ ଦେଇଥାଏ । ହୁ ଏହାକୁ ନେଇ ଚେତାବନୀ ଜାରି କରିଛି । ଅଧିକ ଆଣ୍ଟିବାୟୋଟିକ୍ସ ଖାଇଲେ ‘ଆଣ୍ଟିମାଇକ୍ରୋବିୟଲ୍ସ ରେସିଷ୍ଟାନ୍ସ (ଏଏମ୍‌‌ଆର)’ର ବିପଦ ବୃଦ୍ଧି ପାଇଥାଏ । ଏହା କୌଣସି ମହାମାରୀଠାରୁ ମଧ୍ୟ କମ୍‌‌ ନୁହେଁ ।

ସାଧାରଣତଃ ଜୀବାଣୁ ମାରିବା ପାଇଁ ଆଣ୍ଟିବାୟୋଟିକ ବ୍ୟବହାର କରାଯାଏ । କିନ୍ତୁ ଏହାକୁ ବାରମ୍ବାର ନେଲେ ଜୀବାଣୁ ସେହି ଔଷଧ ବିରୋଧରେ ପ୍ରତିରୋଧୀ ବ୍ୟବସ୍ଥା ବିକଶିତ କରିନିଅନ୍ତି । ଏହା ପରେ ରୋଗ ଭଲ ହେବା କାଠିକର ହୋଇଯାଏ । ଏହାକୁ ଏଏମଆର କୁହାଯାଏ । ଏହି ସ୍ଥିତିରେ ଯକୃତ ଖରାପ ହେବାର ବିପଦ ମଧ୍ୟ ବଢ଼ିଥାଏ । ଫ୍ୟାଟି ଲିଭର ବଢ଼ି ଧିରେ ଧିରେ ସିରୋସିସ, ଫାଇବ୍ରୋସିସକୁ ବଦଳି ଯାଇଥାଏ । ଆଣ୍ଟିବାୟୋଟିକ ଅଧିକ ନେଲେ ଶରୀରରୁ ଭଲ ଜୀବାଣୁ ଶେଷ ହୋଇଯାଆନ୍ତି । କେବେ କେବେ ଆଣ୍ଟିବାୟୋଟିକ୍ସ ପାଇଁ ହୃଦ୍‌‌ଘାତ ସହିତ ହାଡ଼ ଦୁର୍ବଳ ହୋଇଯାଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ ନେବାକୁ ପରାମର୍ଶ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *