Pratidin TV

Odisha's Digital News Platform

ମିଳିଲା ଡାକ୍ତରୀ ଡିଗ୍ରୀ , ହେଲେ ଅଧାରେ ରହିଗଲା ରୋଗୀ ସେବା…

1 min read

ଅନେକ ବର୍ଷର ତପସ୍ୟା ପରେ ପୂରଣ ହୋଇଥିଲା ଡାକ୍ତର ସ୍ୱପ୍ନ । ପୁଅ ଡାକ୍ତର ହେବା ଖୁସିରେ ଅତ୍ମହରା ହୋଇ ପଡିଥିଲେ ପରିବାର । ହେଲେ ସବୁ ଖୁସି ଯେମିତି କ୍ଷଣକ ପାଇଁ ଆସି ପୁଣି ଦୁଃଖରେ ପରିଣତ ହୋଇଗଲା । ଏମବିବିଏସ୍ ଡିଗ୍ରୀ ହାସଲର ମାତ୍ର କିଛି ଘଣ୍ଟା ପରେ ସାପ କାମୁଡ଼ାରେ ଆଖି ବୁଜିଲେ ଜଣେ ମେଡିକାଲ ଛାତ୍ର । ୨୧ ବର୍ଷ ବୟସ୍କା ଡାକ୍ତରୀ ଛାତ୍ର ବେଙ୍ଗାଲୁରୁରେ ଡାକ୍ତର ହେବା ପରେ ଏପରି କିଛି ଘଟିଗଲା ଯାହା ତୁରନ୍ତ ପରିବାରର ସ୍ୱପ୍ନକୁ ଛାରଖାର କରିଦେଲା । ତେବେ ଏପରି ଏକ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁଠାରୁ ୮୦ କିଲୋମିଟର ଦୂରରେ ଥିବା ତୁମ୍କୁରୁ ଉପକଣ୍ଠରେ ଅବସ୍ଥିତ ‘ଶ୍ରୀ ସିଦ୍ଧାର୍ଥ ମେଡିକାଲ କଲେଜ’ କ୍ୟାମ୍ପସରେ ଘଟିଛି । ଆଉ ମୃତ ଡାକ୍ତର ଛାତ୍ର ଜଣକ ହେଲେ ଆଦି ବାଲକ୍ରିଷ୍ଣନ । ସେ କେରଳର ଆଦି ବାଲକ୍ରିଷ୍ଣନ ତୁମାକୁରୁସ୍ଥିତ ଶ୍ରୀ ସିଦ୍ଧାର୍ଥ ମେଡିକାଲ କଲେଜରେ ଶେଷ ବର୍ଷରେ ଉତ୍ତୀର୍ଣ୍ଣ ହୋଇ ସାରିଥିଲେ।

ସୂଚନା ମୁତାବିକ ଗତ ବୁଧବାର କଲେଜରେ ଆୟୋଜିତ ଉତ୍ସବରେ ବାଲକ୍ରିଷ୍ଣନଙ୍କୁ ଡାକ୍ତରୀ ଡିଗ୍ରୀ ପ୍ରଦାନ କରାଯାଇଥିଲା । ପୁଅର ଖୁସିରେ ସାମିଲ ହେବାକୁ ବାଲକ୍ରିଷ୍ଣନଙ୍କ ମା’ ଓ ପରିବାର ଲୋକେ ବି ସେଠାରେ ଉପସ୍ଥିତ ଥିଲେ । ସେଠାରେ ଅୟୋଜିତ ହୋଇଥିବା ବାର୍ଷିକ ସମାରୋହରେ ଏମବିବିଏସ୍ ଡିଗ୍ରୀ ହାସଲ କରି ସେ ରାତି ପ୍ରାୟ ୧୧ ଟା ବେଳେ ଘରକୁ ଫେରୁଥିବା ବେଳେ ତାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଘଟଣା ସମୟରେ ଆଦିତ୍ୟ ତାଙ୍କ ମା ଏବଂ ଅନ୍ୟ ସମ୍ପର୍କୀୟଙ୍କ ସହ ଥିଲେ । ହେଲେ ତାଙ୍କୁ ସାପ କାମୁଡ଼ିଥିବାର କେହି ଜାଣି ନଥିଲେ । ଘରେ ପହଞ୍ଚିବାର କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ । ଫଳରେ ତାଙ୍କୁ ଶୀଘ୍ର ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ଥିଲା । ପୋଲିସ କହିଛି ପୀଡିତାଙ୍କ ଶରୀରରେ ସାପ କାମୁଡ଼ିବା ଚିହ୍ନ ଦେଖିବାକୁ ମିଳିଥିଲା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କ ରକ୍ତ ନମୁନାରେ ବହୁ ପରିମାଣର ବିଷ ରହିଛି । ଏହି ଘଟଣା ପରେ ବାଲକ୍ରିଷ୍ଣନଙ୍କ ପରିବାର ସଦସ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି । ମେଡିକାଲ ଡିଗ୍ରୀ ହାସଲ ପରେ ପୁଅର ଏପରି ଅଚାନକ ମୃତ୍ୟୁକୁ ସେମାନେ ସହଜେ ଗ୍ରହଣ କରି ପାରୁ ନାହାନ୍ତି । ଏହି ଖବର ଯୋଗୁ ସମଗ୍ର ମେଡିକାଲ କଲେଜରେ ଶୋକର ଛାୟା ଖେଳି ଯାଇଛି ।

Advertisement

Leave a Reply

Your email address will not be published. Required fields are marked *