Pratidin TV

Odisha's Digital News Platform

୩ ରେ ବାତ୍ୟା ! ଚାଷୀଙ୍କୁ ଆଗୁଆ ଆଲର୍ଟ , ଯଥାଶୀଘ୍ର ଘରକୁ ନେଇଯାଆନ୍ତୁ ଧାନ ଫସଲ ….

1 min read

ଭୁବନେଶ୍ୱର ; ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଶନିବାର ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତର ତାମିଲନାଡୁ ଉପକୂଳରେ ପହଂଚିବ । ଏହା ପରେ ଉତର ପଶ୍ଚିମ ଦିଗରେ ଗତି କରି ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେରୋଲ ଓ ମଛଲିପଟନମ୍ ଅତିକ୍ରମ କରିବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା କାଲି ୩ ତାରିଖରୁ ୭ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ୫ ରୁ ବଢିବ ବର୍ଷାର ବିସ୍ତୃତି,ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳବର୍ଷା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ଚାଷୀମାନଙ୍କୁ ସତର୍କ କରାଇଛି । କାରଣ ଆସନ୍ତା କିଛିଦିନ ଓଡିଶାରେ ଏହାର ପ୍ରଭାବ ଦେଖାଦେବ । ଅନେକ ଜିଲ୍ଲାରେ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମର୍ଭାବନା ରହିଛି । ତେଣୁ ବିଶେଷ କରି ଚାଷୀ ମାନଙ୍କୁ ଆଗୁଆ ଆଲର୍ଟ ସହ କିଛି ପରାମର୍ଶ ଜାରୀ କରିଛି ପାଣୀପାଗ ବିଭାଗ …..

ଆହୁରୀ ପଢନ୍ତୁଶୀତ ଦିନରେ ବି ଭିଜିବ ଓଡିଶା, ୩ରୁ ପ୍ରବଳ ବର୍ଷା..

Advertisement

ଆହୁରୀ ପଢନ୍ତୁ୨୪ ଘଣ୍ଟାରେ ବାତ୍ୟା , ଘରୁ ନବାହାରିବାକୁ ପରାମର୍ଶ ଜାରୀ ….

Leave a Reply

Your email address will not be published. Required fields are marked *