Pratidin TV

Odisha's Digital News Platform

ମାରାତ୍ମକ କୋକେନକୁ ନେଇ ପାରାଦ୍ୱୀପରେ ଚାଞ୍ଜଲ୍ୟ, ଏନସିବି ଆରମ୍ଭ କଲା ତନାଘନା..

1 min read

ବିଦେଶୀ ଜାହାଜରେ ନିଷିଦ୍ଧ କୋକେନର ଚୋରା ଚାଲାଣ । ପାରାଦ୍ୱୀପ ବନ୍ଦରର ଏକ ପ୍ରାଇଭେଟ ପିଆଇସିଟି ବର୍ଥରୁ ମିଳିଛି ହଜାର ନୁହେଁ କି କୋଟିଏ ନୁହେଁ ମିଳିଛି ୨୨୦ କୋଟି ଟଙ୍କାର ୨୨ ଟି ମାରାତ୍ମକ କୋକେନ ପ୍ୟାକେଟ । ଯାହାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ଏସଟିଏଫ, ଏନସିବି, କୋଷ୍ଟଗାର୍ଡ, ସିଆଇଏସଏଫର ସ୍ୱତନ୍ତ୍ର ଟିମ ଖୋଜୁଛନ୍ତି ଖିଅ । ଜାହାଜର କ୍ୟାପଟେନ ସମେତ ୨୧ ଜଣଙ୍କୁ ଜେରା କରୁଛନ୍ତି ବିଭିନ୍ନ ତଦନ୍ତକାରୀ ସଂସ୍ଥା । ତେବେ ଘଟଣାର ମୁଖ୍ୟ ସୁତ୍ରଧରକୁ ଧରିବାକୁ ଦାବି କରିଛନ୍ତି ପାରାଦ୍ୱୀପ ବାସୀ । ସ୍ପେନ ରୁ ବାହାରିଥିବା ଜାହାଜ ଗଠ ଦେବି ପାନାମା ଇଣ୍ଡୋନେସିଆ ରେ ପଣ୍ୟ କାଢିବାପରେ ୨୨ ତାରିଖରେ ଷ୍ଟିଲ ପ୍ଲେଟ ନେବାପାଇଁ ପାରାଦ୍ୱୀପ ବନ୍ଦର ଅଭିମୁଖେ ବାହାରିଥିଲା ।

ପାରାଦ୍ୱୀପ ବନ୍ଦର ଆଙ୍କରେଜରେ ଲାଗିବା ପରେ ୨୯ ତାରିଖ ବୁଧବାର ରାତିରେ ଲାଗିଥିଲା ବନ୍ଦରର ପିଆଇସିଟି ବର୍ଥ ରେ । ଆଙ୍କରେଜରୁ ବର୍ଥ କୁ ଆସିବା ପୂର୍ବରୁ ପାଖାପାଖି ୧୮ ରୁ ଉର୍ଦ୍ଧ୍ୱ ସଂସ୍ଥା ଯଥା -ଇମିଗ୍ରେସନ, ଫୋ , କଷ୍ଟମ୍ସ, ଡକସେଫ୍ଟି, ଏମ ଏମ ଡି , ପି ଆଣ୍ଡ ଆଇ, ଟ୍ରାଫିକ ମ୍ୟାନେଜମେଣ୍ଟ, ଡେପୁଟି କନଜରଭେଟର, ଷ୍ଟିଭେଡୋର, ସିପିଂ ଏଜେନ୍ସୀ, କାର୍ଗୋ ଏଜେଣ୍ଟ, ଇମ୍ପୋଟର , ଏକ୍ସପୋଟର, ସିଆଇଏସଏଫ ଓ ସର୍ଭେୟର ପ୍ରଭୃତି ସଂସ୍ଥା ଯାଞ୍ଚ କରି କ୍ଲିଅରାନ୍ସ ଦେଇଥାନ୍ତି । ଏତେ ସବୁ କ୍ଲିଅରାନ୍ସ ମିଳିବା ପରେ ଜାହାଜ ବର୍ଥରେ ଲାଗିଥିଲା ଏବଂ ସେଠାରେ ଷ୍ଟିଲ ପ୍ଲେଟ ଲୋଡିଂ ଆରମ୍ଭ ହୋଇଥିଲା ।

Advertisement

ଏହି ସମୟରେ ଜାହାଜ ରୁ ଏକ ଡଷ୍ଟ ଭର୍ତି ବାଲ୍ଟି ରେ ୮ ପ୍ୟାକେଟ କୋକେନ କଢାଯାଇଥିଲା, ଖବର ପାଇବା ପରେ ପାରାଦ୍ୱୀପ ଡିଏସପି ସନ୍ତୋଷ ଜେନା ଜଟାଧାରୀ ମୁହାଣ ମେରାଇନ ଥାନା ଆଇଆଇସିଙ୍କ ନେତୃତ୍ୱରେ ଚଢାଉ କରି ଏହି ୮ ପ୍ୟାକେଟ କୋକେନ କୁ ଜବତ କରିଥିଲେ । ପରେ ସିଆଇଏସଏଫ ଓ କଷ୍ଟମ୍ସ ଓ ଓଡିଶା ପୋଲିସ ସମେତ ଡଗ୍ ସ୍କ୍ୱାର୍ଡ ର ମିଳିତ ଯାଞ୍ଚ ପରେ ମିଳିଥିଲା ସମ୍ପୂର୍ଣ୍ଣ ୨୨ ଟି ପ୍ୟାକେଟ କୋକେନ । ଏହି କୋକେନ ପ୍ୟାକେଟ ଜବତ କୁ ନେଇ ବନ୍ଦର ନଗରୀରେ ଖେଳିଯାଇଥିଲା ଚାଞ୍ଚଲ୍‌ଯ । ତେବେ ଏଥିରେ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷ କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି ।ଏହି ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣା ପାରାଦ୍ୱୀପ ଇତିହାସ ରେ ପ୍ରଥମ ହୋଇଥିବା ବେଳେ ଏକ ଆନ୍ତର୍ଜାତିକ ମେଜର ପୋର୍ଟ ରେ ମଧ୍ୟ ପ୍ରଥମ ଘଟଣା ।

ତେବେ ପାରାଦ୍ୱୀପ ରେ କୋକେନ ଧରା ପଡିବା ଘଟଣା ଜଣା ପଡିବା ପରେ କଷ୍ଟମ୍ସ ବିଭାଗ, ଡଗ୍ ସ୍କ୍ୱାର୍ଡ, ସିଆଇଏସଏଫ, ଏସଟିଏଫ, ଏନସିବି, ମିନିଷ୍ଟ୍ରୀ ଅଫ ଫାଇନାନ୍ସ ର ସ୍ୱତନ୍ତ୍ର ଟିମ ଆରମ୍ଭ କରିଛି ତଦନ୍ତ । ଜାହାଜକୁ ବର୍ଥରେ ଡିଟେନ କରାଯାଇଥିବା ବେଳେ ସମସ୍ତ ୨୧ ଜଣ ସଦସ୍‌ଯ ଙ୍କୁ ଅଟକ ରଖି ତଦନ୍ତ କରାଯାଉଛି । ସମସ୍ତଙ୍କୁ ପୃଥକ ପୃଥକ ଓ ଦୁଇଜଣିଆ ଗୃପ କରି ସାମ୍ନା ସାମ୍ନି ପଚରା ଉଚରା କରୁଛି ଏସଟିଏଫ ଓ ଏନସିବି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା- ଜେ ଏମ ବକ୍ସି ଷ୍ଟିଭେଡୋର ସଂସ୍ଥା ର ପିଆଇସିଟି ବର୍ଥ ସମ୍ପୁର୍ଣ୍ଣ ଘରୋଇ ବର୍ଥ । ଏହାର ନିଜସ୍ୱ ସିକ୍ୟୁରିଟି ସଂସ୍ଥା ରହିଛି, ତେଣୁ ଏହି ଷ୍ଟିଭେଡୋର ସଂସ୍ଥା ର କାର୍ଯ୍ୟ କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *