Pratidin TV

Odisha's Digital News Platform

ଦ୍ରୁତଗତିରେ କାର ଆସି ଡିଭାଇଡରେ ପିଟି ହୋଇ ବସକୁ ଦେଲା ଧକ୍କା, ଜଣେ ମୃତ ଏକାଧିକ ଗୁରୁତର..

1 min read

ଡିସେମ୍ବର ମାସର ୩ୟ ଦିନର ଇଏ ହେଉଛି ବଡ ସଡକ ଦୁର୍ଘଟଣା । ଗତକାଲି ପରେ ରାଜଧାନୀରେ ପୁଣି ଆଜି ଘଟିଲା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡିଯାଇ ଅନ୍ୟପାର୍ଶ୍ୱରେ ଆସୁଥିବା ଏକ ବସକୁ ପିଟିଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ମୁତାବକ ଆଜି ଭୋରୁ ଏକ କାର ଜୟଦେବ ବିହାରରୁ ପଟିଆ ଆଡକୁ ଦ୍ରୁତ ଗତିରେ ଯାଉଥିଲା । ଏହି ସମୟରେ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡର ପିଟି ହୋଇ ଡ଼ମଣା ପଟୁ ଆସୁଥିବା ଏକ ବସକୁ ପିଟି ଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୩ ଆହତ ହୋଇଥିଲେ । ତେବେ ଦୁର୍ଘଟଣାରେ କାରଟି ଭାଙ୍ଗି ଚୁରମାର ହୋଇଯାଇଛି ।
ସେହିଭଳି ଗତକାଲି ଭୋରରୁ ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ମଧ୍ୟ ଏକ ଦୁର୍ଘଟଣାରେ ଘଟିଥି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏକ କାର୍ ଦ୍ରୃତଗତିରେ ଆସିରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ପଛପଟୁ ପିଟି ହୋଇ ଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *