Pratidin TV

Odisha's Digital News Platform

ବାଜିମାରିଲେ ରାଜ ପରିବାରର ରାଜକୁମାରୀ ଦିୟା କୁମାରୀ..

1 min read

ଜୟପୁରର ବିଦ୍ୟାଧର ନାଗର ଆସନର ଫଳାଫଳ ଆସିଛି । ଏଠାରୁ ରାଜ ପରିବାରର ରାଜକୁମାରୀ ତଥା ବିଜେପି ସାଂସଦ ଦିୟା କୁମାରୀ ଏକ ବିରାଟ ଭୋଟ୍ ସହ ଜିତିଛନ୍ତି । ସାଂସଦ ଥିବା ସତ୍ତ୍ୱେ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ଦିୟା କୁମାରୀ ବାଜି ମାରିଛନ୍ତିି । ଦଳ ତାଙ୍କୁ ରାଜସ୍ଥାନର ବିଦ୍ୟାଧର ନଗରରୁ ପ୍ରାର୍ଥୀ ଭାବେ ଛିଡା କରିଥିଲେ । ତେବେ ସେ ବାଜି ମାରି ଦଳକୁ ଆଦୌ ନିରାଶ କରି ନାହାନ୍ତି । କଂଗ୍ରେସକୁ ମାତ ଦେଇଛି ବିଜେପି । ସେ ଏଠାରେ ମୋଟ ୧,୫୮,୫୧୬ ଖଣ୍ଡ ଭୋଟ ପାଇଛନ୍ତି । ଦିୟା କୁମାରୀ କଂଗ୍ରେସର ସୀତାରାମ ଅଗ୍ରୱାଲଙ୍କୁ ୭୧,୩୬୮ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି । ରାଜ ପରିବାରରୁ ଆସିଛନ୍ତି ଦିୟା କୁମାରୀ । ବିଜେପିର ବିଜୟ ନେଇ ଆରମ୍ଭରୁ ସେ କହି ଆସିଥିଲେ । ଏବେ ବିଜେପି ରାଜସ୍ଥାନରେ ସରକାର ଗଠନ କରିବାକୁ ଯାଉଛି । ବିଜେପି ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ୁଥିଲା । ତେଣୁ ଦିୟା କୁମାରୀ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ସାମିଲ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *