Pratidin TV

Odisha's Digital News Platform

କୋଟିପତି ସ୍ୱାମୀକୁ ମାରିବାକୁ ୪ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ସ୍ତ୍ରୀ…

1 min read

ସ୍ତ୍ରୀକୁ ପାଗଳ କଲା ରାଜମସ୍ତ୍ରର ପ୍ରେମ । ପାଖରେ କୋଟିପତି ସ୍ୱମାୀ ଥାଇ ବି ମନ ବୁଝୁନଥିଲା । ରାଜମିସ୍ତ୍ରୀ ରପ୍ରମରେ ଉବୁଟୁବୁ ହେଉଥିବା ବେଳେ ବାଟରେ କଣା୍‌ଟା ସାଜୁଥିଲା ସ୍ୱାମୀ । ସେଥିପାଇଁ ସ୍ୱାମୀକୁ ରସ୍ତାରୁ ହଟାଇବା ପାଇଁ ସୁଯୋଗଣ୍ଡେଖାଜୁଥିଲା ସ୍ତ୍ରୀ । ଆଉ ଶେଷରେ ସ୍ୱାମୀକୁ ସବୁଦିନ ପାଇଁ ଶେଷ କରିବାକୁ ଦେଇଥିଲା ସୁପାରୀ । ହଁ ଆଜ୍ଞା ଉତ୍ତରପ୍ରଦେଶ କାନପୁର ସହରରେ ୪୫ କୋଟି ସମ୍ପତ୍ତିର ମାଲିକ ଜଣେ ସରକାରୀ ଶିକ୍ଷକ ରାଜେଶ ଗୌତମଙ୍କ ହତ୍ୟା ତାଙ୍କ ଶିକ୍ଷକ ପତ୍ନୀ ପିଙ୍କି କରିଛନ୍ତି । ପିଙ୍କିଙ୍କର ଜଣେ ରାଜମିସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହୁଥିଲା । ଏହି ମାମଲାରେ ପୋଲିସ ଶିକ୍ଷକ ରାଜେଶ ଗୌତମଙ୍କ ପୁଅକୁ ପଚରାଉଚରା କରିଛି ।

ସୂଚନା ଅନୁସାରେ ଶିକ୍ଷକ ରାଜେଶ ଗୌତମ ୨୦୨୧ ମସିହାରେ କାନପୁରର କୋୟଲା ନାଗରରେ ତାଙ୍କ ପ୍ଲଟରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିପାଇଁ ରାଜେଶ ରାଜମିସ୍ତ୍ରୀ ଶୈଳେନ୍ଦ୍ର ସୋନକରଙ୍କୁ ନିଯୁକ୍ତି ଦେଇଥିଲେ । ଘର ନିର୍ମାଣ କାର୍ଯ୍ୟ ପାଇଁ ଶୈଳେନ୍ଦ୍ରଙ୍କୁ ମଧ୍ୟ ରାଜେଶଙ୍କ ଘରକୁ ବାରମ୍ବାର ଯିବାକୁ ପଡିଥିଲା । ଏହି ସମୟରେ ସେ ରାଜେଶଙ୍କ ପତ୍ନୀ ପିଙ୍କିଙ୍କ ସହ ଶୈଳେନ୍ଦ ପ୍ରେମ ହୋଇଥିଲା । ଶୈଳେନ୍ଦ୍ର ପ୍ରାୟତଃ ରାଜେଶଙ୍କ ଅନୁପସ୍ଥିତିରେ ପିଙ୍କିଙ୍କ ଘରକୁ ଯିବା ଆସିବା କରୁଥିଲେ । ଯେବେ ଏ ବିଷୟରେ ପିଙ୍କିଙ୍କ ସ୍ୱାମୀ ଜାଣିବାକୁ ପାଇଥିଲେ, ସେତେବଳେ ଶୈଳେନ୍ଦ୍ର ରାଜେଶଙ୍କ ଘରକୁ ଯିବାଆସିବା ବନ୍ଦ କରିଦେଇଥିଲେ । ପରେ ପିଙ୍କ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଏକଥାକୁ ନେଇ ବିବାଦ ବଢିଯାଇଥିଲା । ଶେଷରେ ପିଙ୍କି ଶୈଳେନ୍ଦ୍ର ସହ ମିଶି ରାଜେଶଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲେ ।

Advertisement

ସ୍ୱାମୀକୁ ମାରିବାକୁ ୪ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ପିଙ୍କି । ୪ ନଭେମ୍ବର ଦିନ ରାଜେଶ ଯେତେବେଳେ ଘର ବାହାରେ ଥିଲେ ସେତେବଳେ ଶୈଳେନ୍ଦ୍ର ଓ ସୁପାରୀ ନେଇଥିବା ଲୋକ ଏକ କାରରେ ଆସି ରାଜେଶକୁ ଧକ୍କା ମାରି ଚାଲିଯାଇଥିଲା । ପ୍ରଥମେ ପୋଲିସ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଭାବି ମାମଲା ବନ୍ଦ କରିଦେଇଥିଲେ । କିନ୍ତୁ ପର ମୂହୁର୍ତ୍ତରେ ରାଜେଶଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୁଣି ଥରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଶେଷରେ ପୋଲିସକୁ ଏକ ସିସିଟିଭି ଫୁଟେଜ୍ ମିଳିଥିଲା । ଯେଉଁଥିରେ ରାଜେଶଙ୍କୁ ଯୋଜନା ଅନୁଯାୟୀ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣାପଡୁଥିଲା । ଏହାପରେ ସବିଶେଷ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଥିଲା । ପ୍ରଥମେ ପୋଲିସ ପିଙ୍କିଙ୍କ କଲ୍ ଡିଟେଲ୍ସ ବାହାର କରିଥିଲା । ସେଥିରେ ପିଙ୍କି ଘଟଣା ଘଟିବା ଦିନ ଶୈଳେନ୍ଦ୍ର ସହ କଥା ହୋଇଥିବା ଜଣା ପଡିଥିଲା । ପରେ ଶୈଳେନ୍ଦ୍ରକୁ ଗିରଫ କରି ପଚରାଉଚରା କରିବା ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ଅଧିକ ତଦନ୍ତ ପାଇଁ ପୋଲିସ ରାଜେଶଙ୍କ ପୁଅକୁ ପଚରାଉଚରା କଲା । ପଚରାଉଚରା ବେଳେ ରାଜେଶଙ୍କ ପୁଅ କହିଥିଲା ଯେ, ଘଟଣା ଘଟିବା ଦିନ ସେ ମଧ୍ୟ ବାପାଙ୍କ ସହ ବାହାରକୁ ଯିବା ପାଇଁ ବାହାରିଥିଲା । ମାତ୍ର ପିଙ୍କି ତାଙ୍କୁ ବାହାନାରେ ଘର ଭିତରକୁ ଡାକି ବାଥରୁମରେ ପୁରାଇ କବାଟ ଦେଇଥିଲେ । ଏଥିରୁ ପୋଲିସ ସ୍ପଷ୍ଟ ହୋଇଛି ଯେ ଏହି ସବୁ ଘଟଣାର ମୁଖ୍ୟ ଅଭିଯୁକ୍ତ କେବଳ ଶୈଳେନ୍ଦ୍ର ନଥିଲା ବରଂ ପିଙ୍କି ମଧ୍ୟ ସାମିଲ ଥିଲା ।

Leave a Reply

Your email address will not be published. Required fields are marked *