Pratidin TV

Odisha's Digital News Platform

ମିଜୋରାମରେ ଆଜି କିଏ ଫୁଟିବ ? ଆରମ୍ଭ ହୋଇ ଯାଇଛି ଗଣତି..

1 min read

କାଲି ବାହାରି ସାରିଛି ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ୩ଟିରେ ବିଜେପି ବାଜି ମାରିଥିବା ବେଳେ ଗୋଟେରେ ରହିଛି କଂଗ୍ରେସ । ତେବେ ଆଜି ପାଳି ମିଜୋରାମର । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ କାହାର ଚାଲିବ ସତା, ଆଜିର ଭୋଟ ଗଣତି ପରେ ସବୁ କିଛି ସ୍ପଷ୍ଟ ହୋଇ ଯିବ । ଏକଜିଟ ପୋଲର ଆକଳନ ଅନୁଯାୟୀ କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ, କଂଗ୍ରେସ, ବିଜେପି ଓ ମିଜୋରାମ ପିପୁଲ ମୁଭମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ରହିବ ।

ଅନ୍ୟପଟେ ମିଜୋ ନ୍ୟାସନାଲ ଫ୍ରଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା । ଭୋଟ୍ ଗଣତି ପାଇଁ ୪୦ଟି କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ, ୪ହଜାର କାଉଣ୍ଟିଂ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି । ସେହିପରି ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ୨ ହଜାର ମିଜୋରାମ ପୁଲିସ ନିୟୋଜିତ ହୋଇଛନ୍ତି ।ପୂର୍ବରୁ ୩ ତାରିଖରେ ଭୋଟ ଗଣତି ପାଇଁ ସ୍ଥିର ହୋଇଥିଲା ।

Advertisement

ମାତ୍ର ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ଦିବସ ଥିବାରୁ ଏହିଦିନ ଗଣତି ନ କରିବାକୁ ଦାବି ହୋଇଥିଲା । ସମସ୍ତ ରାଜନୈତିକ ଦଳଙ୍କ ଚିଠି ଆଧାରରେ ଭୋଟ ଗଣତି ତାରିଖ ଘୁଞ୍ଚାଇଥିଲେ ନିର୍ବାଚନ କମିଶନ । ସକାଳ ୮ଟାରେ ଆରମ୍ଭ ହୋଇଛି ଭୋଟ ଗଣନା । ତେବେ କେଉଁ ଦଳ ମିଜୋରେ ଶାସନ ଗଢୁଛି ତାହା ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ ।

Leave a Reply

Your email address will not be published. Required fields are marked *