Pratidin TV

Odisha's Digital News Platform

ଆଜି ଭାରତୀୟ ନୌସେନା ଦିବସ;ଭାରତର ଏକ ପ୍ରମୁଖ ଅଂଶ ହେଉଛି ନୌସେନା..

1 min read

ଆଜି ଭାରତୀୟ ନୌସେନା ଦିବସ । ଭାରତୀୟ ନୌସେନା ହେଉଛି ଭାରତର ଏକ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ଯାହାକି ସାମୁଦ୍ରିକ ସୁରକ୍ଷା, ହାଇଡ୍ରୋପୋନିକ୍ସ ଏବଂ ଜାତୀୟ ନିରାପତ୍ତା ପାଇଁ କାମ କରିଥାଏ । ଏହାର ମୁଖ୍ୟ ପରିସର ହେଉଛି ଭାରତୀୟ ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବା । ପ୍ରତି ବର୍ଷ ଡିସେମ୍ବର ୪ରେ ଭାରତୀୟ ନୌସେନା ଦିବସ ପାଳନ କରାଯାଏ ।

ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ନେଇ ଏହା ହେଉଛି ଏକ ବିଶେଷ ଦିନ । ଏହି ଅବସରରେ ମହାରାଷ୍ଟ୍ର ସିନ୍ଧୁଦୁର୍ଗରେ ସୌର୍ଯ୍ୟ ଓ ପରାକାଷ୍ଠା ଦେଖାଇବେ ଭାରତୀୟ ନୌସେନା । ଏବଂ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କାହିଁକି ଏବଂ କେବେ ଠୁ ପାଳନ ହେଉଛି ନୌସେନା ଦିବସ:
ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନୌସୈନିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି ।୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ଅପରେସନ୍ ଟ୍ରାଇଡେଣ୍ଟ୍ ଆରମ୍ଭ ହେବାର ସ୍ମୃତି ଉଦ୍ଦେଶ୍ୟରେ ଚଳିତ ବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି ।

Advertisement

କ’ଣ ରହିଛି ସମ୍ବୂର୍ଣ୍ଣ ଇତିହାସ:
୧୬୧୨ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା । ୧୯୭୧ରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଯୁଦ୍ଧ ସମୟରେ ପାକିସ୍ତାନ ଡିସେମ୍ବର ୩ରେ ଭାରତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା । ସେମାନଙ୍କ ଆକ୍ରମଣର ମୁହଁ ତୋଡ ଜବାବ ଦେବା ପାଇଁ ଭାରତୀୟ ନୌସେନା ୪ ଏବଂ ୫ ଡିସେମ୍ବର ରାତିରେ ଆକ୍ରମଣ କରିଥିଲା । କାରଣ ପାକିସ୍ତାନ ପାଖରେ ବିସ୍ଫୋରଣ କରିବାର ବିମାନ ନଥିଲା । ଏହି ଆକ୍ରମଣରେ ପାକିସ୍ତାନୀ ନୌସେନାର ଶତାଧିକ କର୍ମଚାରୀ ନିହତ ହୋଇଥିଲେ । କମୋଡୋର କାସରଗୋଡ ପଟ୍ଟାନସେଟ୍ଟି ଗୋପାଳ ରାଓ ଭାରତୀୟ ନୌସେନାର ସମ୍ପୂର୍ଣ୍ଣ କାର୍ଯ୍ୟର ନେତୃତ୍ୱ ନେଇଥିଲେ । ସେହିଦିନରୁ ଭାରତୀୟ ନୌସେନାର ସଫଳତାକୁ ପାଳନ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ରେ ଭାରତୀୟ ନୌସେନା ଦିବସ ପାଳନ କରାଯାଏ ।

ମହତ୍ତ୍ୱ :
ମେ ୧୯୭୨ରେ ବରିଷ୍ଠ ନୌସେନା ଅଧିକାରୀ ସମ୍ମିଳନୀରେ, ୧୯୭୧ ମସିହା ଇଣ୍ଡୋ-ପାକ୍ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଉଦ୍ୟମ ତଥା ସଫଳତାକୁ ସ୍ୱୀକାର କରିବା ପାଇଁ ଡିସେମ୍ବର ୪ରେ ଭାରତୀୟ ନୌସେନା ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଜାଣନ୍ତୁ ଏହି ଦିନ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା :
ଅପରେସନ୍ ଟ୍ରାଇଡେଣ୍ଟ୍ର ବିଜୟକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଏ ।
ଚଳିତ ବର୍ଷର ଥିମ୍‌:
ଭାରତୀୟ ନୌସେନା ଦିବସ ପ୍ରତି ବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷ ଅର୍ଥାତ ୨୦୨୩ର ଥିମ୍ ରହିଛି“ଭାରତୀୟ ନୌସେନା: ଯୁଦ୍ଧ ପାଇଁ ପ୍ରସ୍ତୁତ, ବିଶ୍ୱସନୀୟ,ଏକତ୍ର ଏବଂ ଭବିଷ୍ୟତରେ ସୁରକ୍ଷିତ ରହିବ” ।

Leave a Reply

Your email address will not be published. Required fields are marked *