Pratidin TV

Odisha's Digital News Platform

ଓଡିଶାରେ କଣ ପ୍ରଭାବ ପକାଇବ ‘ବାତ୍ୟା ମିଗ୍‌ଜୋମ’ ?

1 min read

ଭୁବନେଶ୍ୱର ; ଆଜି ପାହାନ୍ତିଆ ୨ ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀଗତ ୬ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ମିଗଜୋମ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଅଗ୍ରସର ହେଉଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ଡିସେମ୍ବର ପୂର୍ବାହ୍ନରେ ମିଗଜୋମ ଏକ ଭୀଷଣବାତ୍ୟା ଭାବେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ମିଗଜୋମ ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା । ସେହିପରି ଉତ୍ତର ଉପକୂଳ ତାମିଲନାଡୁ ଓ ପୁଡୁଚେରୀରେ ଆଜି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଡିସେମ୍ବର ୪ରେ ମଧ୍ୟ କିଛି ସ୍ଥାନରେ ବର୍ଷାର ଆଶଙ୍କା ରହିଛି। ବାତ୍ୟା ପ୍ରଭାବରେ ଊପକୂଳ ଆନ୍ଧ୍ର ପ୍ରଦେଶରେ ଆଜି ଦକ୍ଷିଣ ଉପକୂଳ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସୋମବାର ଓ ମଙ୍ଗଳବାର ମଧ୍ୟ ଉପକୂଳ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନ ଏବଂ ୟାନାମ ଠାରେ ଅତିରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଡିସେମ୍ବର ୬ରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ରୟାଲସୀମା ରିଜନରେ ରବିବାର ଓ ସୋମବାର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

Advertisement

ବାତ୍ୟା ପ୍ରଭାବରେ ତାମିଲନାଡୁରେ ହାଇଆଲର୍ଟରେ ଜାରି କରାଯାଇଛି। ବାତ୍ୟା ମାଇଚୌଙ୍ଗ ଉପକୂଳବର୍ତ୍ତୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିପାରେ। ଏଥିପାଇଁ ସମସ୍ତ ସରକାରୀ ଅଧିକାରୀ ଓ ପୁଲିସ୍ କର୍ମଚାରୀଙ୍କୁ ହାଇଆଲର୍ଟରେ ରଖାଯାଇଛି। ତାମିଲନାଡୁ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପୁଡୁଚେରୀ ପାଇଁ ଏନଡିଆରଏଫର ୧୮ଟି ଷ୍ଟାଣ୍ତବାଇରେ ରହିଛନ୍ତି। ସେହିପରି ଆଉ ୧୦ଟି ଟିମ ମଧ୍ୟ ବ୍ୟାକଅପରେ ଅଛନ୍ତି। ତେଣୁ ଓଡିଶାକୁ ବାତ୍ୟାର ଭୟ ନଥିବା ବେଳେ କେବଳ ବର୍ଷା ପବନରେ ଫସଲ ନଷ୍ଟ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆଲର୍ଟ ଜାରୀ କରିଛି ।

Leave a Reply

Your email address will not be published. Required fields are marked *