ଅସମ୍ଭାଳହେଲା ବନ୍ୟା ପରିସ୍ଥିତି : ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ
1 min readନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସ୍ଥାନରେ ବର୍ଷା ଜୋର ଧରିଥିବା କାରଣରୁ ବନ୍ୟା ବିତ୍ପାତ ଦେଖାଦେଇଛି । ମହାରାଷ୍ଟ୍ର ,ଗୁଜୁରାଟ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା ,ଆନ୍ଧ୍ରପ୍ରଦେଶ ପର୍ଯ୍ୟାନ୍ତ ବହୁ ରାଜ୍ୟରେ ବିପର୍ଯ୍ୟୟ ପରିସ୍ଥିତି ଆଣିଛି ବର୍ଷା । ମୂର୍ଷଳଧାରାରେ ବର୍ଷା ଯୋଗୁଁ ବଡ ନଦୀରେ ବନ୍ୟା ଆସି ଗୁଜୁରାଟର ଅନେକ ଜିଲ୍ଲାରେ ବିପର୍ଯ୍ୟାୟ ପରିସ୍ଥିତି ସୃଷ୍ଟି କରିଛି ।
ସେହିପରି ବର୍ଷାରେ ଅହମ୍ମଦାବାଦ ଓ ଭଲସାଡ ସହର ଉବୁଡୁବୁ ହୋଉଛି । କେଉଁଠି ଘରଦ୍ୱାର ବୁଡିଛି ତ କେଉଁଠି ରାସ୍ତା ଘାଟ, ବିଲ ବାଡି ।ସୂଚନା ମୁତାବକ ଗୁଜୁରାଟର ଜାତୀୟ ରାଜପଥ ସହ ପାଖାପାଖି ୩୮୮ ଟି ସଡକ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବହୁ ଅଚଂଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ସେଥିପାଇଁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ଏନ୍ଡିଆରଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍ ସହାୟତାରେ ପ୍ରଭାବିତ ଅଚଂଳରୁ ଉଦ୍ଦାର କାର୍ଯ୍ୟ ଜାରିରହିଛି । ହେଲିକପ୍ଟର ସାହାର୍ଯ୍ୟରେ ରେସ୍କ୍ୟୁ ଅପରେସନ ମଧ୍ୟ ଜାରିରହିଛି ।
ଗତ କିଛିଦିନ ଧରି ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଗତ ୨୪ ଘଣ୍ଟା ମଦ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ , ଏ ପଯ୍ୟାନ୍ତ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୬ ରେ ପହଚିଂଛି ।