Pratidin TV

Odisha's Digital News Platform

(ଭିଡିଓ)ଫିଲ୍ମ ଷ୍ଟାଇଲରେ ଭିଲେନ ସାଜି ରବିଙ୍କୁ କରୁଥିଲେ ଅପହରଣ, ଫ୍ଲାପ କରିଦେଲା ବରଗଡ ପୋଲିସ..

1 min read

ଓଡିଶାରେ ବଢି ଚାଲିଛି ଅପରାଧ । କେତେବେଳ ହତ୍ୟା ତ ପୁଣି କେବେ ଅପହରଣ ତ ଆଉ କେତେବେଳେ ଘରେ ପଶି ଦୁବୃର୍ତ୍ତ ବୁଲାଇ ଦେଉଛନ୍ତି କଳାକନା । ଦିନ କି ରାତି କିଛି ମାନୁ ନାହାନ୍ତି, ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଉଛନ୍ତିି ଅପରାଧୀ । ଠିକ ଏଭଳି ଗତକାଲି ରାତି ଭୁବନେଶ୍ୱରେ ଘଟିବାକୁ ଯାଉଥିଲା ଏକବଡ ଅପରାଧ । ପୁରା ଫିଲ୍ମ ଷ୍ଟାଇଲରେ କରୁଥିଲେ ଅପହରଣ କିନ୍ତୁ ଫେଲ ମାରିଗଲା ସବୁ ଯୋଜନା । ବିଳମ୍ବିତ ରାତିରେ ହେଉଥିଲା ଅପହରଣ କିନ୍ତୁ ସବୁ ପ୍ଲାନରେ ପାଣି ପକାଇଦେଲା ପୋଲିସ । ରବି ଟକିଜ ଛକ ନିକଟରେ ଏକ ପିକଅପ ଭ୍ୟାନ ସହ ଗୋଟିଏ ଡିଜେ ଗାଡିର ସାମାନ୍ୟ ଧକ୍କା ହୋଇଥିଲା । ଯାହାକୁ କେନ୍ଦ୍ର କରି ଡିଜେ ଗାଡିର ୭ ରୁ ୮ ସଦସ୍ୟ ରାସ୍ତା ଉପରେ ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏପରିକି ଜୋର ଜବରଦସ୍ତ ଡ୍ରାଇଭର ଠାରୁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ ।ସେ ଦେବାକୁ ମନା କରିବାରୁ ତାଙ୍କୁ ଉଠାଇନେଇଥିଲେ ।

ଡ୍ରାଇଭର ଜଣକ ହେଲେ ରବି । ଏ ସମ୍ପର୍କରେ ବଡ଼ଗଡ଼ ଥାନା ଆଇଆଇସିଙ୍କୁ ଖବର ଦିଆଯିବା ପରେ ତୁରନ୍ତ ଦୁଇଟି ଭ୍ୟାନ ପଠାଇଥିଲେ । ତେବେ ବରଗଡ ପୋଲିସ ଘଟଣାସ୍ଥଳରେ ପହଁଚି ଯାଂଚ କରି ଶିଶୁପାଳଗଡ଼ ନିକଟରୁ ଗୋଟିଏ ଡିଜେ ଗାଡିକୁ ଜବତ କରିବା ସହ ଗ୍ୟାରେଜ ଛକ ନିକଟରୁ ପିକଅପ ଡ୍ରାଇଭରଙ୍କୁ ଉଦ୍ଧାର କରିଛି । ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଡ୍ରାଇଭରଙ୍କୁ ଅପହରଣ କରୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ବଡ଼ଗଡ଼ ଥାନା ପୋଲିସ । ସେହି ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *