Pratidin TV

Odisha's Digital News Platform

ନିର୍ବାଚନ ମଇଦାନରେ ସମୁଦି-ସମୁଦୁଣୀ, ସମୁଦୁଣୀଙ୍କ ଉପରେ ଭାରି ପଡିଗଲେ ସମୁଦି …

1 min read

ସମୁଦୁଣୀ ହାତରୁ ଶାସନର ଗାଦି ଛଡାଇନେଲେ ସମୁଦି । ପ୍ରଥମରୁ ଆଗରେ ରହିଥିବା ସମୁଦୁଣୀ ଶେଷରେ ପରାସ୍ତ ହୋଇଛନ୍ତି । ମଧ୍ୟପ୍ରଦେଶର ଗୋଲିୟର ଜିଲ୍ଲା ଡବ୍ରା ଆସନରେ ସମୁଦି-ସମୁଦୁଣୀଙ୍କ ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ବିଜେପି ପ୍ରାର୍ଥୀ ସମୁଦୁଣୀ ଇମରତି ଦେବୀଙ୍କୁ ହରାଇ କଂଗ୍ରେସ ପ୍ରାର୍ଥୀ ସମୁଦି ସୁରେଶ ରାଜେ ଜିତିଛନ୍ତି । ଯଦିଓ ରାଜ୍ୟରେ ବିଜେପି ସରକାର ଗଢ଼ିଛି ତଥାପି ଏହି ଆସନରେ ହୋଇଥିବା କଡ଼ା ଟକ୍କର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଇମରତି ଦେବୀ ଭାଇଙ୍କର ଝିଅ ଏବଂ ସୁରେଶ ରାଜେଙ୍କ ବଡ଼ ଭାଇଙ୍କ ପୁଅ ବିବାହ କରିଛନ୍ତି । ଯେଉଁଥିପାଇଁ ଉଭୟ ହିସାବରେ ସମୁଦି-ସମୁଦୁଣୀ ହେବେ । ତେବେ ଏହି ଆସନର ନିର୍ବାଚନୀ ଲଢ଼େଇରେ ସମସ୍ତଙ୍କ ନଜର ରହିଥିବା ବେଳେ ଇମରତି ଦେବୀ ପରାଜୟ ବରଣ କରିଛନ୍ତି । ପୂର୍ବରୁ ଉନିର୍ବାଚନରେ ଇମରତି ଦେବୀ ସମୁଦିଙ୍କୁ ହରାଇଥିବା ବେଳେ ଏବେ ସମୁଦି ଏହାର ପ୍ରତିଶୋଧ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Advertisement

Leave a Reply

Your email address will not be published. Required fields are marked *