ଜାଣିଛନ୍ତି କି କାହିଁକି ଖାଇବା ଶେଷର ମିଠା ଖାଆନ୍ତି?
1 min readକଥାରେ ଅଛି କିଛି ଶୁଭ ଫଳ ମିଳିଲେ ପ୍ରଥମେ ମିଠା ଖାଆନ୍ତି । ଯାହା ଖୁସି ଖବର ସହ ମୀଠା ମଧ୍ୟ ମନକୁ ଦ୍ୱିଗୁଣିତ ଖୁସି କରାଇ ଦେଇଥାଏ । ତେବେ ଆପଣମାନେ ଭୋଜି ଖାଇବାକୁ ଯାଉଥିବା ବେଳେ କିମ୍ବା କାହା ଘରକୁ ଗଲେ ମଧ୍ୟ ଆପଣଙ୍କୁ ଖାଇବା ପରେ କିଛି ମିଠା ଖାଇବା ଦେଇଥାନ୍ତି । ତେବେ ଏହା ପଛର କାରଣ କଣ ଆପଣ କେବେ ଭାବିଛନ୍ତି କି? କୁଯାହାଏ ଯେ ଭୋଜନ ପରେ ମିଠା ଖାଇବା କଥା । ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବା କଥା ଆସନ୍ତୁ ଜାଣିବା । ଏହାର ବୈଜ୍ଞାନିକ ସହ ଧାର୍ମିକ କାରଣ ମଧ୍ୟ ରହିଛି ।
ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା ଅନୁଷ୍ଠାନରେ କିମ୍ବା କୌଣସି ଭୋଜିରେ, ସବୁଠି ଭୋଜନର ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ । ଭୋଜନର ଶେଷରେ ମିଠା ଖିଆଯାଇଥାଏ ।
ସେହିପରି ବୈଜ୍ଞାନିକ କାରଣ ଅନୁସାରେ ରାଗ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନ ତତ୍ତ୍ୱ ଠିକ ଭାବରେ ସଂଚାଳନ ହୋଇଥାଏ । ଶେଷରେ ମିଠା ଖାଇବା ଯୋଗୁଁ ଅମ୍ଳର ତୀବ୍ରତା କମ ହୋଇଥାଏ । ଯାହା ଫଳରେ ଆମକୁ ଏସିଡ଼ିଟି ବା ଜ୍ୱଳନ ହୋଇନଥାଏ ।
ଭୋଜନ ପରେ ଆମକୁ ଶୋଷ ହୋଇଥାଏ । ଆମେ ପାଣି ପିଇବାକୁ ଇଛା କରିଥାଉ । ତେବେ ଖାଇବାର ତୁରନ୍ତ ପରେ ପାଣି ପିଇବା ଅନୁଚିତ । କାରଣ ଏହା ଆମର ପାଚନ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ ।
ଏହିସବୁ କାରଣ ପାଇଁ ଖାଦ୍ୟ ଖାଇବା ପରେ ଶେଷରେ ସମସ୍ତେ ମିଠା କିମ୍ବା କ୍ଷୀରି ଖାଇବାକୁ ଦେଇଥାନ୍ତି ।