Pratidin TV

Odisha's Digital News Platform

କଂଗ୍ରେସ କଲା ଘୋଷଣା ତେଲେଙ୍ଗାନା ଦାୟିତ୍ୱ ସମ୍ଭାଳିବେ ରେବାନ୍ତ ରେଡ୍ଡୀ..

1 min read

ତେଲେଙ୍ଗାନା ବାଛିଲା ନୂଆଁ ମୁଖ୍ୟମନ୍ତ୍ରୀ । କଂଗ୍ରେସର ରେବାନ୍ତ ରେଡ୍ଡୀ ହେଲେ ତେଲେଙ୍ଗାନା ମୁଖିଆ । ଦୁଇ ଦୁଇ ଥରର ବିଧାୟକ ତଥା ସାଂସଦ ଥିବା ରେବାନ୍ତ ହେଲେ ମୁଖ୍ୟମନ୍ତ୍ରୀ । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି । ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରମୁଖ ଭୂମିକା ନିଭାଇଥିଲେ ରେବାନ୍ତ । ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଲଢିବା ତାଙ୍କୁ ଏକ ବଡ ମାଇଲେଜ୍ ଦେଇଥିଲା । ଯଦି ଦଳ ସତ୍ତାକୁ ଆସେ ତେବେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିଲା । ଆଉ କଂଗ୍ରେସକୁ ଦେଇଥିବା ପ୍ରତିଶୃତି ସେ ରଖିଛନ୍ତି । କୋଡାଙ୍ଗଲା ଆସନରୁ ରେବାନ୍ତ ୩୨ ହଜାର ଭୋଟରେ ବିଜୟୀ ହୋଇଥିଲେ । ତାଙ୍କୁ ଏଠାରୁ ୧,୦୭,୪୨୯ ଭୋଟ୍ ମିଳିଥିବା ବେଳେ ବିଆରଏସର ନରେନ୍ଦ୍ର ରେଡ୍ଡୀଙ୍କୁ ୭୪,୮୯୭ ମିଳିଥିଲା । ଦକ୍ଷିଣ ରାଜ୍ୟରେ କଂଗ୍ରେସର ଏଣ୍ଟ୍ରି ସହ ଅନୁମୁଲା ରେବାନ୍ତ ରେଡ୍ଡୀ ହେଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ।

Advertisement

Leave a Reply

Your email address will not be published. Required fields are marked *