Pratidin TV

Odisha's Digital News Platform

ସହଜ ହେବ ପରୀକ୍ଷା,ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲକୁ ପଠାଗଲା ନମୁନା ପ୍ରଶ୍ନପତ୍ର..

୨୦୨୪ ମାଟ୍ରିକ ପରୀକ୍ଷା ପାଇଁ ଚାଲିଛି ପ୍ରସ୍ତୁତି । ପିଲାଙ୍କ ମନବଳକୁ ଦୃଢ କରିବା ସହ ପରୀକ୍ଷାକୁ ଅତି ସହଜ କରିବା ପାଇଁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି । ମାଟ୍ରିକ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଛି । ପରୀକ୍ଷା ପାଇଁ ଆଉ ହାତରେ ୨ମାସ ବାକି ଥିବା ବେଳେ ପିଲାଭ୍‌କୁ ପ୍ରସ୍ତୁତ କରିବାକୁ ଏଭଳି ପନ୍ଥା ଆପଣାଯାଇଛି । ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ୭ଟି ବିଷୟରେ ତିଆରି ହୋଇଛି ଗୋଟିଏ ଲେଖାଏ ସେଟ୍ । ଏହି ପ୍ରଶ୍ନପତ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଅଛି ଯେ, ବର୍ତ୍ତମାନ ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ନମୁନା ପ୍ରଶ୍ନପତ୍ର ତିଆରି ହୋଇଛି । ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟର ଗୋଟିଏ ଲେଖାଏ ସେଟ୍ ନମୁନା ପ୍ରଶ୍ନପତ୍ର ପଠାଯାଇଛି । ବିଦ୍ୟାଳୟ ସ୍ତରରେ କିଭଳି ବିତରଣ ହେବ ସେ ଦିଗରେ ଡିଇଓମାନେ ପଦକ୍ଷେପ ନେବେ । ଏହି ନମୁନା ପ୍ରଶ୍ନପତ୍ର ଜରିଆରେ ଅସଲ ପ୍ରଶ୍ନପତ୍ର ଫର୍ମାଟ ପାଇଁ ଅଭ୍ୟସ୍ତ ହୋଇପାରିବେ । ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଡିଜଗିଟାଲ ପ୍ରଶ୍ନପତ୍ର ଭାବେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *